ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଭାରତ । ପ୍ରଥମ ମ୍ୟାଚରେ କଷ୍ଟସାଧ୍ୟ ବିଜୟ ଲାଭ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମୁକାବିଲା ଖେଳିବ । ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚରେ ଆୟୋଜନ କରୁଥିବା ରାୟପୁରରେ ୫୦ହଜାର ଦର୍ଶକଙ୍କ ସମାଗମ ହୋଇପାରେ । ପ୍ରଥମ ମ୍ୟାଚରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା ।

ଭାରତ ୩୪୯ ରନର ବଡ଼ ସ୍କୋର କରିବା ସତ୍ୱେ ମାତ୍ର ୧୨ ରନରେ ମୁକାବିଲାକୁ ଜିତିଥିଲା । ଦ୍ୱିତୀୟ ମ୍ୟାଚ୍ ଜିତି ଭାରତ ଆଉଏକ ଦିନିକିଆ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି । ଭାରତ ପାଇଁ ମୁଖ୍ୟ ଚିନ୍ତାର କାରଣ ହେଉଛି ମିଡଲ୍ ଅର୍ଡର ବ୍ୟାଟିଂ ଓ ଡେଥ୍ ଓଭର ବୋଲିଂ । ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ପ୍ରାରମ୍ଭିକ ବିପର୍ୟ୍ୟୟ ସମ୍ମୁଖୀନ ହୋଇଥିଲା ଏବଂ ଏକ ସମୟରେ ଦଳର ସ୍କୋର ୬ ୱିକେଟରେ ୧୩୯ ରନରେ ଥିଲା । ତେବେ ମାଇକେଲ ବ୍ରେସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ଭାରତ ଠାରୁ ବିଜୟ ଛଡ଼ାଇ ନେଲା ଭଳି ସ୍ଥିତି ସୃଷ୍ଟି କରିଥିଲା । କିନ୍ତୁ ଡେଥ୍ ଓଭରରେ ମହମ୍ମଦ ସିରାଜଙ୍କ ଦମଦାର ବୋଲିଂ ଭାରତକୁ ବିଜୟୀ କରାଇଥିଲେ ।

Leave A Reply

Your email address will not be published.