ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ଚିହ୍ନଟ ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର

0

ଭୁବନେଶ୍ୱର (ଆମ ଟିଭି): ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହାରି ଭିତରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ଚିହ୍ନଟ କରିବାକୁ ଜାରି ହେଲା ଟୋଲ ଫ୍ରି ନମ୍ବର । ୧୮୦୦୩୪୫୦୦୬୧ ନମ୍ବରରେ କଲ କରିପାରିବେ । କେବଳ ଓଡିଶା ଲୋକଙ୍କ ପାଇଁ ନମ୍ବର ହେଉଛି ୧୯୨୯ । ଚିହ୍ନଟ ହୋଇସାରିବା ପରେ ମୃତଦେହ ଗୁଡିକୁ ନିଜ ଖର୍ଚ୍ଚରେ ପରିବାର ଲୋକଙ୍କ ପାଖକୁ ପଠାଇବେ ରାଜ୍ୟ ସରକାର । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ୱେବସାଇଟରେ ଅପଲୋଡ ହେଲା ମୃତକଙ୍କ ଫଟୋ । ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳିନଥିବା ଶବ ଗୁଡିକର ତଥ୍ୟ ୱେବସାଇଟରେ ଉପଲବ୍ଧ କରାଯାଇଛି । ୩ଟି ୱେବସାଇଟରେ ସବିଶେଷ ତଥ୍ୟ ଉପଲବ୍ଧ ରହିଛି । ଡବ୍ଲୁଡବ୍ଲୁଡବ୍ଲୁ ଏସଆରସି ଓଡ଼ିଶା ଡଟ୍ ଇନ୍, ଡବ୍ଲୁଡବ୍ଲୁଡବ୍ଲୁ ବିଏମସି ଡଟ୍ ଜିଓଭି ଡଟ୍ ଇନ୍ ଓ ଡବ୍ଲୁଡବ୍ଲୁଡବ୍ଲୁ ଓ ଏସଡିଏମଓ ଡଟ୍ ଓଆରଜି ୱେବସାଇଟରେ ସମସ୍ତ ତଥ୍ୟ ଉପଲବ୍ଧ ହେବ । ତେବେ ଛୋଟ ପିଲାଙ୍କୁ ଏହି ୱେବସାଇଟ ନଦେଖିବାକୁ ପରାମର୍ଶ ଦିଆଯାଇଛି । ସେପଟେ ବିଏମସି ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର । ୧୯୨୯ ନମ୍ବରକୁ କଲ କରି ମୃତଦେହ ସମ୍ପର୍କରେ ଜାଣିପାରିବେ ସମ୍ପର୍କୀୟ । ବିଏମସି ୱେବସାଇଟରେ ମଧ୍ୟ ମୃତକଙ୍କ ଫଟୋ ଏବଂ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ କରାଯିବ । ବିଏମସି ମୁଖ୍ୟ କାର୍ୟ୍ୟାଳୟରେ ହେଲ ଡେସ୍କ ଖୋଲାଯାଇଛି । ସେଠାରୁ ମଧ୍ୟ ମୃତକଙ୍କ ବିଷୟରେ ସୂଚନା ନେଇପାରିବେ ସମ୍ପର୍କୀୟ । ଏହାସହ ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱରରେ ଅନ୍ତିମ ସଂସ୍କାର କରାଯିବାର ବ୍ୟବସ୍ଥା କରାଯିବ ।

 

Leave A Reply

Your email address will not be published.