ଭୁବନେଶ୍ଵରରେ ଆୟୋଜନ ହୋଇଯାଇଛି ଟପ୍ ମଡେଲ ସୋ ଓ ବ୍ୟବସାୟ ପୁରସ୍କାର ସମ୍ମିଳନୀ
ଭୁବନେଶ୍ୱର(ନଭେମ୍ବର ୦୩ ତାରିଖ ):_ ଭୁବନେଶ୍ଵରର ଏଚ୍.ଏଚ୍.ଆଇ ହୋଟେଲରେ ଶ୍ରୀ ଶକ୍ତି ଫାଉଣ୍ଡେସନ ଦ୍ବାରା ଆୟୋଜିତ ହୋଇଯାଇଛି ଟପ୍ ମଡେଲ ସୋ ଓ ବ୍ୟବସାୟ ପୁରସ୍କାର ସମ୍ମିଳନୀ। ଯେଉଁଠାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ ବିଜୟୀ ମଡେଲ ଓ ସପାଳ ମହିଳା ଉଦ୍ୟୋଗୀଙ୍କୁ ପୁରସ୍କାର ଦେବା ସହ ଉତ୍ସାହିତ କରିଛନ୍ତି ।
ରବିବାର ଏହି କାରକର୍ଯ୍ୟକ୍ରମ ହୋଇଥିବା ବେଳେ
ସନ୍ଧ୍ୟା ରେ ପ୍ରଦୀପ ପ୍ରଜ୍ବଳନ ସହିତ କାର୍ଯ୍ୟକ୍ରମର ଲୋଗୋ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଟପ୍ ମଡେଲ ଓଡ଼ିଶାର ସଭାପତି ସବିତା ମହାକୁଡ ଏହି ସମୟରେ ଉପସ୍ଥିତ ରହିଥିଲେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହାପରେ ଓଡ଼ିଶୀ ନୃତ୍ୟ ଭାବରେ ୪ଟି ବିଭାଗରେ ପ୍ରଥମ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିଭା ଅନ୍ୱେଷଣ ଦାୟିତ୍ୱରେ ବହନ କରିଥିଲେ ସଂଗୀତ ନିର୍ଦେଶକ ଗୁଡୁଲି ରଥ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପୁପିନ୍ଦର ଙ୍କ ସହ ଗାୟତ୍ରୀ ବେହେରା ଓ ସସ୍ମିତା ରହିଥିଲେ ।
ଦ୍ଵିତୀୟ ବା ଗାଉନ ଓ ପ୍ରଶ୍ନ ଉତ୍ତର ରାଉଣ୍ଡରେ ମହିମା ଚୌଧୁରୀ ମୁଖ୍ୟ ଜଜ୍ ଭାବରେ ରହିଥିଲେ ଓ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯକ୍ରମ ଶେଷରେ ବଛା ବଛା ପ୍ରତିଭାଙ୍କୁ ମହିମା ଚୌଧୁରୀ ପୁରସ୍କୃତ କରିଥିଲେ ଓ ସଭା ସମ୍ପନ୍ନ ହୋଇଥିଲା।