ମଧ୍ୟ ଋଷିଆରେ ଘୂର୍ଣ୍ଣିଝଡ଼: ୧୦ ମୃତ
ନୂଆଦିଲ୍ଲୀ(ଆମ ଟିଭି): ଋଷ ଉପରେ ୟୁକ୍ରେନ୍ ଘନ ଘନ ଆକ୍ରମଣ କରୁଥିବା ବେଳେ ବର୍ତ୍ତମାନ ମଧ୍ୟ ଋଷିଆରେ ଚିନ୍ତା ବଢାଇଛି ଘୂର୍ଣ୍ଣିଝଡ଼ । ମଧ୍ୟ ରୁଷିଆରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ରେ ବଡ ବଡ ଗଛ ଉପୁଡି ପଡିଛି। ବିଜୁଳି କାଟ ବି ହୋଇଛି। ଏହି ପ୍ରାକୃତିକ ଦୁର୍ଘଟଣାରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ରୁଷିଆର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ରବିବାର ଏ ବିଷୟରେ ସୂଚନା ଦେଇଛି।
ମନ୍ତ୍ରଣାଳୟ କହିଛି ଯେ ମାରି-ଏଲ ଅଞ୍ଚଳର ୟାଲଚିକ ହ୍ରଦ ନିକଟରେ ଥିବା ଏକ କ୍ୟାମ୍ପରେ ଆଠରୁ ଦଶ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ରୁଷିଆର ଅନୁସନ୍ଧାନ କମିଟି କହିଛି ଯେ ଏହି ଘଟଣାକୁ ନେଇ ଏକ ଆପରାଧିକ ମାମଲା କରାଯାଇଛି। ମୃତକଙ୍କ ମଧ୍ୟରେ ତିନି ପିଲାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କୁହାଯାଇଛି।