ସିକ୍କିମରେ ବାଦଲଫଟା ବର୍ଷା: ୨୩ ଯବାନ ଭାସିଯାଇ ନିଖୋଜ୍

0

ନୂଆଦିଲ୍ଲୀ(ଆମ ଟିଭି): ସିକ୍କିମରେ ପୁଣି ଦେଖିବାକୁ ମିଳିଛି ବାଦଲଫଟା ବର୍ଷା । ତିସ୍ତା ନଦୀରେ ମାଡ଼ି ଆସିଲା କାଦୁଅ ମିଶା ପାଣି । ଭାସି ଯାଇ ୨୩ଯବାନ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ବେଳେ ଯାନବାହାନ ଭାସିଯାଇଛି । ସିଙ୍ଗତମ ନିକଟରେ ବାରଦାଙ୍ଗ ଠାରେ ସେନା କ୍ୟାମ୍ପ ପ୍ରଭାବିତ ହୋଇଛି । ବାଦଲ ଫଟା ବର୍ଷା ଯୋଗୁଁ ଲାଚେନ ଉପତ୍ୟକା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

ଉତ୍ତର ସିକ୍କିମର ହୋନକ ହ୍ରଦରେ ବାଦଲ ଫଟା ବର୍ଷା ହୋଇଛି । ବଡ଼ କଥା ହେଉଛି ଚୁଙ୍ଗଥାଙ୍ଗ ଡ୍ୟାମର ଗେଟ୍ ଖୋଲା ଯିବା ତିସ୍ତା ନଦୀରେ ଜଳସ୍ତର ହଠାତ ବୃଦ୍ଧି ପାଇଛି । ତଳିଆ ଅଞ୍ଚଳରେ ୧୫ରୁ ୨୦ଫୁଟ୍ ଜଳସ୍ତର ବଢ଼ିଯାଇଛି । ଡ୍ୟାମର ଗେଟ୍ ଖୋଲି ଦିଆଯିବା ପରେ ବିଭିନ୍ନ ଅଂଚଳରେ କାଦୁଅ ମିଶା ପାଣି ମାଡ଼ିଯାଇଛି । ଅନେକ ସ୍ଥାନରେ ପୋଲ ଭାସିଯାଇଥିବା ବେଳେ ରାସ୍ତା ମଧ୍ୟ ଭାସିଯାଇଛି ।

 

Leave A Reply

Your email address will not be published.