ପୁରୀ (ଆମ ଟିଭି): ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ହାଇଦ୍ରାବାଦର ବିକାଶ ଚନ୍ଦେ । ପରିବାର ସହ ପୁରୀ ବୁଲିବାକୁ ଆସି ଆଜି ଅପରାହ୍ନରେ ଲାଇଟ୍ ହାଉସ ନିକଟ ବେଳାଭୂମିରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ନିଖୋଜ ଅଛନ୍ତି ।
ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ହେଁ ନିଖୋଜ ଯୁବକ ଠାବ ହୋଇ ପାରିନାହାନ୍ତି । ପୁରୀ ବେଳାଭୂମିର ସେକ୍ଟର ୯ ରେ ଘଟିଛି ଏହି ଅଘଟଣା ।