ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଟ୍ରାଫିକ କଟକଣା ଜାରି
ଦୁଇ ଚକିଆ ଯାନ କୋଣାର୍କ ହେଲିପ୍ୟାଡ୍ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେମାନଙ୍କ ଫେରିବା ସମାନ ମାର୍ଗରେ ହେବ। କୋଣାର୍କ ହେଲିପ୍ୟାଡରେ ପାର୍କିଂ ସ୍ଥାନ ଶେଷ ହେବା ପରେ ସମସ୍ତ ଦୁଇ ଚକିଆ ଯାନକୁ ଆଇଓସିଏଲ୍ ପାର୍କିଂ ଓ କୋଣାର୍କସ୍ଥିତ ଏଏସ୍ ଆଇ ମ୍ୟୁଜିୟମ୍ ପାର୍ଶ୍ୱ ପାର୍କିଂରେ ପାର୍କିଂ କରାଯିବ।
୭. ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ଅନୁଯାୟୀ ଆସନ୍ତାକାଲି (ଫେବୃଆରୀ ୩) ଦିନ ୧୨ଟାରୁ ଫେବୃଆରୀ ୪ ତାରିଖ ସକାଳ ୮ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ।
୮. ନିମାପଡା/କାକଟପୁର ପାର୍ଶ୍ୱରୁ ପୁରୀ ଯିବାକୁ ଥିବା ଗାଡି ପାଇଁ ଜୁନି ବଜାର ଛକରୁ ନଳକଣା, ସୁତନ ଓ ବାଲି କପିଳେଶ୍ୱର ଦେଇ ଟିକିନା ଛକ ପର୍ଯ୍ୟନ୍ତ ରାସ୍ତାକୁ ଜରୁରୀକାଳୀନ ମାର୍ଗ ଭାବେ ବ୍ୟବହାର କରାଯିବ।