୨୧ରେ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ର ଟ୍ରେଲର୍ ରିଲିଜ୍
ଭୁବନେଶ୍ୱର :ଓଡ଼ିଆ ସିନେଜଗତର ଜଣାଶୁଣା ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ଛବି‘ ପ୍ରତୀକ୍ଷା’ର ଟ୍ରେଲର୍ଅ କ୍ଟୋବର ୨୧ତା ରିଖରେ ରିଲିଜ୍ ହେବ।ଟେ କନୋଆର୍ଟ ପ୍ରଡକ୍ସନର ୟୁଟ୍ୟୁବଚା ନେଲ୍ ରେ ଏହାକୁ ରିଲିଜ୍ କରାଯିବ। ଏ ନେଇ ସୂଚନା ଦେବା ସହ ଅନୁପମ ପଟ୍ଟନାୟକ କହିଛନ୍ତି, ଗୋଟେ ଭଲ ଚାକିରି ଯାହା କି ସାଙ୍ଗସାଥୀ, ପରିବାର ସହ ସମୟ ବିତେଇବାକୁ ସମୟ ଦଉଥବ।
ବାସ, ଏତିକି ଖୁସି ଦରକାର ଗୋଟେ ମଧ୍ୟବିତ୍ତ ପରିବାରର ପୁଅକୁ। ସେଇ ଆଶାରେ ସିଏ ପ୍ରତୀକ୍ଷା କରେ ତେବେ, ସେଇ ପ୍ରତୀକ୍ଷା କେବେ କେବେ ତା ଇଚ୍ଛାରୁ ଅଧିକ ସମୟ ମାଗି ବସେ । ତା ପରେ ସେ କଣ କରେ ? ଏମିତି ସବୁ ପ୍ରଶ୍ନର ଉତ୍ତର ପାଇଁ ଆପଣଙ୍କୁ ଆଉ ଟିକେ ପ୍ରତୀକ୍ଷା କରିବାକୁ ପଡ଼ିବ। ବିଶିଷ୍ଟ କଥାକାର ଗୌରହର ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ‘ ପ୍ରତୀକ୍ଷା’ର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଶୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା। ଏହାର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାୟିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ଅଙ୍କେଶ-ଆଶିଷ ଏହି ଫିଲ୍ମର ସଙ୍ଗୀତକାର । ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଂଜନ ସାହୁ ଏହାର ଗୀତିକାର । ଫିଲ୍ମର ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ, ହ୍ୟୁମାନ ସାଗର, ବିଶ୍ୱଜିତ ମହାପାତ୍ର ଓ ବିଭାସ ରଥ । ଅମୀ ପଟ୍ଟନାୟକ ପ୍ରଡକସନ୍ସ ନିବେଦିତ‘ପ୍ରତୀକ୍ଷା’ର ସିନେମାଟୋଗ୍ରାଫର୍ ହେଲେ ଦୀପକ କୁମାର ।
ଦେବେନ ମିଶ୍ର ସଂପାଦନା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ସିନେମାଟି ସେପ୍ଟେମ୍ବର ୨ରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।ଚଳଚ୍ଚିତ୍ରଟି ସାହିତ୍ୟିକ ଗୈ।ରହରି ଦାସଙ୍କ କ୍ଷୁଦ୍ରଗଳ୍ପ ରୁ ଅନୁପ୍ରାଣିତ ହୋଇ ପରିକଳ୍ପନା କରାଯାଇଛି।