ଏଣିକି ଓଡିଶାର ହାତୀମାନଙ୍କୁ ଦିଆଯିବ ତାଲିମ

0

ଭୁବନେଶ୍ୱର (ଆମ ଟିଭି): ଏଣିକି ଓଡିଶାର ହାତୀ ମାନଙ୍କୁ ଦିଆଯିବ। ତାଲିମ ।  ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ ଆଲୋଚନା ଚାଲିଛି । ଜଙ୍ଗଲୀ ହାତୀଙ୍କୁ ଆୟତ କରିବା ପାଇଁ ତାଲିମ୍ ପ୍ରାପ୍ତ ହାତୀ ଓ ମାହୁନ୍ତଙ୍କ ନିଆଯିବ ସାହାଯ୍ୟ । କୁମକି ହାତୀଙ୍କ ପରି ତାଲିମ୍ପ୍ରାପ୍ତ ହାତୀ ଯେଉଁମାନଙ୍କୁ ତାଙ୍କ ମାହୁନ୍ତ ତାଲିମ୍ ଦେଇଥାନ୍ତି । ସେହି ହାତୀଙ୍କ ସାହାଯ୍ୟରେ ଜଙ୍ଗଲୀ ହାତୀଙ୍କୁ ଆୟତ୍ତ କରିବା ପାଇଁ ଖୋଲାଯିବ ହାତୀଙ୍କ ପାଠଶାଳା । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବଦତ୍ତ ବିଶ୍ୱାଳ ।

ଅଭୟାରଣ୍ୟରେ ଏହି ତାଲିମ ପ୍ରାପ୍ତ ହାତୀଙ୍କୁ ନିୟୋଜିତ କରାଯିବ । ଯେଉଁ ହାତୀ ପଲ ଜନବସତି ଆଡକୁ ଚାଲି ଆସି ଉପଦ୍ରବ କରୁଛନ୍ତି ସେମାନଙ୍କୁ ଘଉଡାଇବା ପାଇଁ ଏହି ତାଲିମ ପ୍ରାପ୍ତ ହାତୀଙ୍କୁ ଲଗାଯିବ । ସେଥିପାଇଁ ଆଲୋଚନା ଚାଲିଛି । ବାହାରୁ ଦକ୍ଷ ମାହୁନ୍ତ ଆସିଲେ ଓଡିଶାରେ ହାତୀଙ୍କୁ ତାଲିମ୍ ଦିଆଯାଇ ପାରିବ । ଚନ୍ଦକା, ଶିମିଳିପାଳ, ସାତକୋଶିଆରେ ଥିବା କ୍ୟାପ୍ଟିଭ୍ ହାତୀଙ୍କୁ ଏମାନେ ତାଲିମ୍ ଦେବେ । ସେଥିପାଇଁ ଏହାକୁ ହାତୀଙ୍କ ପାଠଶାଳା ବୋଲି କୁହାଯାଉଛି ।

Leave A Reply

Your email address will not be published.