ଜନଜାତି ଯୁବବର୍ଗଙ୍କୁ ଉତ୍ତମ ତାଲିମ ଦିଆଯିବ,, ଧର୍ମେନ୍ଦ୍ର

0

ଭୁବନେଶ୍ବର: ମୋଦୀ ସରକାରରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷା ତଥା ଗୋଁଣ୍ଡି ଭାଷା, ସାନ୍ତାଳି, ଅଲଚିକି ଭାଷା ସମେତ ଅନ୍ୟାନ୍ୟ ଆଦିବାସୀ ଭାଇ ଭଉଣୀଙ୍କ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ ସହ ଜନଜାତି ସମ୍ପ୍ରଦାୟର ଯୁବବର୍ଗଙ୍କୁ ସ୍କିଲ ଇଣ୍ଡିଆ ଓ ଆଦିବାସୀ ବ୍ୟାପାର ସହଯୋଗରେ ଉତ୍ତମ ତାଲିମ ଦେଇ ଉଦ୍ୟମୀ କରାଯିବ। ଝାରସୁଗୁଡା କଟାପାଲି ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ଗୋଁଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କରିଛି। ଭଗବାନଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି। ଅତୀତରେ ଦେଶକୁ ସ୍ୱାଧୀନତା ଦେବାରେ ଗୋଁଣ୍ଡ ଜାତିର ତ୍ୟାଗ ଓ ବଳିଦାନକୁ ଭୁଲା ଯାଇପାରିବ ନାହିଁ।ଏହି ସମାଜର ଜନଜାତି ବୀର ସଂଗ୍ରାମୀ ଏବଂ ବୀରଙ୍ଗନାଙ୍କ ବୀରଗାଥାକୁ ଏନ୍‌ସିଇଆରଟି ପାଠ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରଚେଷ୍ଟା କରାଯିବ। ଗୋଁଣ୍ଡୱାନା ଛକକୁ ବୀର କରୁଣାକର ସିଂହ ନାଏକ ଛକ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସ୍ୱାଧୀନତା ସଂଗ୍ରାମରେ ଗୋଁଣ୍ଡ ସମାଜର ବଳିଦାନ, ଜନଜାତିଙ୍କ ବିକାଶ ପାଇଁ ମୋଦୀ ସରକାରଙ୍କ ଅଙ୍ଗୀକାରବଦ୍ଧତା ଏବଂ ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ଜନଜାତି ଯୁବ ସମାଜକୁ ସଶକ୍ତ କରିବା ଦିଗରେ ମତ ରଖିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦବିରେ ଅଧିଷ୍ଠିତ କରିବା, ବଜେଟରେ ଜନଜାତି ସମାଜକୁ ଗୁରୁତ୍ୱ, ଏକଲବ୍ୟ ବିଦ୍ୟାଳୟ, ଜାତୀୟ ଜନଜାତି ଗବେଷଣା କେନ୍ଦ୍ର ସ୍ଥାପନା, ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ, ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ମୋଦୀ ସରକାରଙ୍କ ବଡ ଉପଲବ୍ଧି।

Leave A Reply

Your email address will not be published.