ଟ୍ରାଇଡେଣ୍ଟ ଆକାଡେମୀ ଅଫ୍ ଟେକ୍ନୋଲୋଜିର ଫ୍ଲାଗ୍ଶିପ୍ ଇଣ୍ଟରକଲେଜ୍ ହ୍ୟାକାଥନ ଟ୍ରାଇଥନ୍ ୭.୦ ର ଉଦଘାଟନୀ ସମାରୋହ ଟ୍ରାଇଡେଣ୍ଟ କ୍ୟାମ୍ପସ୍ରେ ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ଆୟୋଜିତ ହୋଇଯାଇଛି। ସପ୍ତମ ବର୍ଷ ପାଇଁ ଲଗାତାର ଭାବେ ଆୟୋଜିତ ଟ୍ରାଇଥନ୍, ଛାତ୍ରଛାତ୍ରୀ ଉଦ୍ଭାବନ ଏବଂ ପ୍ରଯୁକ୍ତି ସୃଜନାତ୍ମକତା ପାଇଁ ଏକ ବୃହତ୍ ପ୍ଲାଟଫର୍ମ ଭାବେ ପରିଚିତି ହାସଲ କରିଛି। ଷ୍ଟାର୍ଟଅପ୍ ଓଡିଶାର ସିଇଓ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଏବଂ ଓଏସଡିଏ ର ସିଟିଓ ଶ୍ରୀ ଅଜିତ ସାରଙ୍ଗୀ ଓ କ୍ୟାପଜେମିନି ର ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ନାଥ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିବା ବେଳେ, କଲେଜ ପ୍ରଶାସନ, ଆୟୋଜକ କମିଟି, ବିଭିନ୍ନ କଲେଜର ଛାତ୍ର ଟିମ୍ମାନେ ଓ ପ୍ରସିଦ୍ଧ ଆଇଟି କମ୍ପାନୀର ଜୁରୀ ସଦସ୍ୟମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା।
ଟ୍ରାଇଥନ୍ ୭. ୦ ଏକ ୨୪ଘଣ୍ଟିଆ ନନ୍-ଷ୍ଟପ୍ ଇଣ୍ଟରକଲେଜ୍ ଟିମ୍ ହ୍ୟାକାଥନ, ଯାହାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି Applied Artificial Intelligence, Machine Learning, Deep Learning ଏବଂ Large Language Models (LLMs)। ଏହି ବର୍ଷ ଓଡ଼ିଶା ସହ ଅନ୍ୟାନ୍ୟ ରାଜ୍ୟରୁ ମୋଟ ୪୨୦ଟି ଟିମ୍ ନମୋଦ କରିଥିଲେ। ଗଭୀର ଚୟନ ପ୍ରକ୍ରିୟା ପରେ ଶ୍ରେଷ୍ଠ ୫୦ଟି ଟିମ୍କୁ ଫାଇନାଲ୍ ରାଉଣ୍ଡ ପାଇଁ ଚୟନ କରାଯାଇଛି। ଚୟନିତ ଟିମ୍ଗୁଡ଼ିକ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ପରିବେଶ ଓ ଉର୍ଜା ଭଳି ମୁଖ୍ୟ କ୍ଷେତ୍ରରେ ବାସ୍ତବ ଜୀବନ ଆଧାରିତ ସମସ୍ୟାର ସମାଧାନ ଉପରେ କାମ କରୁଛନ୍ତି, ଯାହା ଛାତ୍ରଛାତ୍ରୀଙ୍କର ସାମାଜିକ ଦାୟିତ୍ୱବୋଧକୁ ସ୍ପଷ୍ଟଭାବେ ପ୍ରତିବିମ୍ବିତ କରୁଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଏବଂ ସମ୍ମାନନୀୟ ଅତିଥି ଟ୍ରାଇଡେଣ୍ଟ ଆକାଡେମୀ ଅଫ୍ ଟେକ୍ନୋଲୋଜିଙ୍କ ଏହି ପଦକ୍ଷେପକୁ ସ୍ତୁତି କରି, ଏଭଳି ଆୟୋଜନ ଛାତ୍ରଛାତ୍ରୀଙ୍କ ଉଦ୍ଭାବନ ଶକ୍ତି, ସମସ୍ୟାସମାଧାନ କ୍ଷମତା ଏବଂ ଶିଳ୍ପଉପଯୋଗୀ କୌଶଳ ବିକାଶରେ ସହାୟକ ବୋଲି ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭ ଟ୍ରାଇଡେଣ୍ଟ ଆକାଡେମୀ ଅଫ୍ ଟେକ୍ନୋଲୋଜିର ମୁଖ୍ୟାଚାର୍ଯ୍ୟ ଡ଼. ଡ଼ି. ଏନ୍. ପଟ୍ଟନାୟକଙ୍କ ସ୍ୱାଗତ ଓ ପରିଚୟ ଭାଷଣରେ ହୋଇଥିବାବେଳେ, ଶେଷରେ ଟ୍ରାଇଥନ୍ ୨୦୨୬ ର କନଭିନର ପ୍ରଫେସର କୌସ୍ତୁଭ ଚନ୍ଦ୍ର ଦେବ ଧନ୍ୟବାଦ ଜ୍ଞାପନ କରିଥିଲେ। ଟ୍ରାଇଥନ୍ ୭.୦, ୨୧ ଏବଂ ୨୨ ମାର୍ଚ୍ଚ ୨୦୨୬ ଦୁଇ ଦିନ ଧରି ଚାଲିଥିବା ବେଳେ ପ୍ରୋଜେକ୍ଟ ପ୍ରଦର୍ଶନ, ମୂଲ୍ୟାୟନ ଓ ପୁରସ୍କାର ବିତରଣ ସହ ସମାପ୍ତ ହୋଇଥିଲା, ଯାହା ଟ୍ରାଇଡେଣ୍ଟର ଗୁଣାତ୍ମକ ଟେକ୍ନିକାଲ୍ ଶିକ୍ଷା ପ୍ରତି ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲା l