ପୁଟିନ୍‌ଙ୍କ ପରେ ଟ୍ରମ୍ପ: ମୋଦିଙ୍କୁ କାହିଁକି ଭେଟିବାକୁ ଚାହୁଁଛନ୍ତି ଟ୍ରମ୍ପ ?

0

ନୂଆଦିଲ୍ଲୀ(ଆମ ଟିିଭି): ପୁଟିନ୍‌ଙ୍କ ପରେ ମୋଦିଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି ଟ୍ରମ୍ପ । ଆମେରିକା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଆମେରିକା ଗସ୍ତ ବେଳେ ନିଶ୍ଚିତ ଭେଟିବି ବୋଲି କହିଛନ୍ତି ଟ୍ରମ୍ପ । ଆଉ ଟ୍ରମ୍ପଙ୍କ ଏମିତି ବୟାନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କୁହାଯାଉଛି କି ଆମେରିକା ରାଷ୍ଟ୍ରପତି ଥିବା ବେଳେ ମୋଦିଙ୍କ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ ଟ୍ରମ୍ପ । ଏବେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ଟ୍ରମ୍ପ । ତେଣୁ କେଉଁ ବିଷୟରେ ସେ ଆଲୋଚନା କରିବେ ତାହାକୁ ନେଇ ରାଜନୀତି ଜୋର ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବେ ବିଶ୍ଵନେତା ଭେଟିବାକୁ ଚାହୁଁଛନ୍ତି । ଯେଉଁ ଦେଶ ଗସ୍ତ କରୁଛନ୍ତି ସ୍ଥାନୀୟ ନେତା ମୋଦିଙ୍କ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରୁଛନ୍ତି । ଯେହେତୁ ଆମେରିକାରେ ଏବେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ତେଣୁ ମୋଦି-ଟ୍ରମ୍ପ ସାକ୍ଷାତକାରକୁ ନେଇ ବିଶ୍ଵସ୍ତରରେ ଚର୍ଚ୍ଚା ଚାଲିଛି । ଏକ ଅଭିଯାନ କାର୍ଯ୍ୟକ୍ରମରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଘୋଷଣା କରିଥିବାବେଳେ ଭାରତ ସହ ଆମେରିକାର ବାଣିଜ୍ୟ ବିଷୟରେ ବହୁ ଆଲୋଚନା କରିଥିଲେ । ହେଲେ ଏବେ ଦୁଇ ନେତା କେଉଁଠାରେ ଭେଟିବେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ କିନ୍ତୁ ଆଲୋଚନାର ସମୟ ନିର୍ଦ୍ଧାରିତ ହୋଇସାରିଛି ।

ସୂଚନା ଅନୁସାରେ,  ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୧ରୁ ତିନି ଦିନିଆ ଆମେରିକା ଗସ୍ତରେ ଯିବେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡେଲାୱେରରେ ଚତୁର୍ଥ ‘କ୍ୱାଡ ଲିଡର୍ସ ସମ୍ମିଳନୀ’ ଆୟୋଜନ କରୁଛନ୍ତି । ଏହି ବୈଠକରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ ଫୁମିଓ କିଶିଦା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଟ୍‌ ଉପରେ, ମିଳିତ ଜାତିସଂଘର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ‘ଭବିଷ୍ୟତର ଏହି ସମ୍ମିଳନୀ’କୁ ମଧ୍ୟ ସମ୍ବୋଧିତ କରିବେ । ଏଥିସହ ସେପ୍ଟେମ୍ବର ୨୨ ତାରିଖରେ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ଭେଟିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.