ଆଗରେ ଟ୍ରମ୍ପ ପାର୍ଟି
ନ୍ୟୁୟର୍କ: ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ହୋଇଥିଲା। ଏପର୍ଯ୍ୟନ୍ତ ହୋଇଥିବା ମତଗଣନା ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟୋ ଟ୍ରମ୍ପଙ୍କ ପାର୍ଟି ରିପବ୍ଲିକାନ୍ ଏବେ ବାଇଡେନ୍ ଦଳ ଡେମୋକ୍ରାଟସ୍ଠାରୁ ଆଗେଇ ଚାଲିଛି। ସାରା ଦୁନିଆରେ ଅନିଶ୍ଚିତତା ଭିତରେ ଆମେରିକା ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି। କିନ୍ତୁ ଏଥର ନିର୍ବାଚନରେ ଦରଦାମ୍ ବୃଦ୍ଧି ଓ ଗର୍ଭପାତ ସବୁଠାରୁ ବଡ ପ୍ରସଙ୍ଗ ରହିଛି। ଏଡିସନ୍ ରିସର୍ଚ୍ଚର ଏକଜିଟ୍ ପୋଲ୍ ଅନୁସାରେ, ଅପରାଧ ଇମିଗ୍ରେସନ୍ ଓ ଗନ୍ ପଲିସି ମଧ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି। ଆମେରିକା ଗତ ୪୦ ବର୍ଷରେ ସବୁଠାରୁ ଅଧିକ ଦରଦାମ ବୃଦ୍ଧି ସମସ୍ୟା ଦେଇ ଗତି କରୁଛି।
ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସଂସଦର ନିମ୍ନ କକ୍ଷ – ଉଚ୍ଚକକ୍ଷରେ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ଦୁଇ ଦଳ ମଧ୍ୟରେ ଲଢେଇ ହେଉଛି। ଏହା ଜରିଆରେ ଗୃହରେ ଦୁଇ ଦଳର ସଦସ୍ୟଙ୍କୁ ଚୟନ କରାଯାଇଥାଏ। ଏହା ସହିତ ରାଜ୍ୟରେ ରାଜ୍ୟପାଳଙ୍କ ନିର୍ବାଚନ ହୋଇଥାଏ। ଏହି ନିର୍ବାଚନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସମ୍ମାନର କଥା ହୋଇଥାଏ। ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପରାଜୟ ପରେ ବାଇଡେନଙ୍କ ଉପରକୁ ଅଙ୍ଗୁଳି ଉଠିବା ଏକ ପ୍ରକାର ଥୟ ହୋଇଯାଇଛି। ସେଭଳି ଅନ୍ୟପକ୍ଷେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଏହି ନିର୍ବାଚନ ଖୁବ୍ ଗୁରୁତ୍ବପୂର୍ଣ୍ଣ।