ଇରାନକୁ ପୁଣି ଧମକାଇଲେ ଟ୍ରମ୍ପ ଭଲ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ଜାହାଜ ଲୋଡ୍ କରୁଛୁ
ଇରାନ ସହିତ ଶାନ୍ତି କଥାବାର୍ତ୍ତା ଆରମ୍ଭ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନକୁ ଧମକ ଦେଇଛନ୍ତି। ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି କଥାବାର୍ତ୍ତା ବିଫଳ ହେଲେ ତେହରାନ ବିରୋଧରେ ଆହୁରି ବଡ ସାମରିକ ଅଭିଯାନ କରାଯିବ। ଏପରି କି ଇରାନ ବିରୋଧରେ ବଡ ଅଭିଯାନ ନିମନ୍ତେ ଆମେରିକା ତାର ଯୁଦ୍ଧଜାହାଜଗୁଡିକୁ ଭଲ ଭଲ ଯୁଦ୍ଧାସ୍ତ୍ର ଲୋଡ୍ କରିବା ଆରମ୍ଭ କରିଛି। ଏହି ଯୁଦ୍ଧ ଜାହାଜଗୁଡିକୁ ଇରାନ ଅଭିମୁଖେ ପ୍ରେରଣ କରାଯିବ।
ଟ୍ରମ୍ପ କହିଛନ୍ତି ଯେ ଆମେରିକ ଇରାନ ବିରୋଧରେ ଯୁଦ୍ଧ ପାଇଁ ପୁଣି ଥରେ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏହି ପ୍ରସ୍ତୁତି ପୂର୍ବାପେକ୍ଷା ବଡଧରଣର ହେଉଛି। ଇରାନ ସହିତ ଶାନ୍ତି କଥାବାର୍ତ୍ତା ନିମନ୍ତେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ବରେ ଆମେରିକା ପ୍ରତିନିଧି ଦଳ ପାକିସ୍ତାନ ଗସ୍ତ କରିଥିବାବେଳେ ଟ୍ରମ୍ପ ଏପରି ଧମକ ଦେଇଛନ୍ତି। ଇରାନକୁ ଟ୍ରମ୍ପ ଧମକ ଦେବା ସହିତ ସେମାନଙ୍କ ତାତ୍ସଲ୍ୟ କରିଛନ୍ତି।