ଶାନ୍ତି ଯୋଜନାରେ ଟ୍ରମ୍ପଙ୍କ ପ୍ରୟାସ, ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ

0

ନୂଆଦିଲ୍ଲୀ (ଆମ ଟିଭି): ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାରେ ହମାସ ରାଜି ହୋଇଛି । ୪୮ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିବାକୁ  ମୁକ୍ତ କରିବ ହମାସ । ଶାନ୍ତି ଚୁକ୍ତିକୁ ଆଂଶିକ ଭାବେ ହମାସ ଗ୍ରହଣ କରିଥିବାରୁ ଗାଜାରେ ତୁରନ୍ତ ବୋମା ମାଡ଼ ବନ୍ଦ କରିବା ପାଇଁ ଇସ୍ରାଏଲକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସହମତି ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଶାନ୍ତି ପ୍ରସ୍ତାବକୁ ଆଂଶିକ ଭାବେ ଗ୍ରହଣ କରିଛି  ହମାସ ।  ତେଣୁ ୨୦୨୩ ମସିହା ଅକ୍ଟୋବର ୭ରୁ ପଣବନ୍ଦୀ କରି ରଖିଥିବା  ବାକି ଲୋକଙ୍କୁ ଛାଡ଼ି ଦିଆଯିବ ।

ସୂଚନାନୁଯାୟୀ, ଶାନ୍ତି ଯୋଜନା ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ହମାସ ଜାରି ଏକ ବିବୃତିରେ କହିଛି । ହମାସ ଛାଡିବାକୁ ଥିବା ପଣବନ୍ଦୀଙ୍କ ମଧ୍ୟରୁ ୨୦ଜଣ ବଞ୍ଚିଥିବା ସମ୍ଭାବନାଥିବା ବେଳେ ଅନ୍ୟମାନେ ମୃତ ଥିବା ଜଣାପଡିଛି । ରବିବାର ୨୦ ଦଫା ଗାଜା ଶାନ୍ତି ପ୍ରସ୍ତାବ ରଖିଥିଲେ ।  ଶାନ୍ତି ପ୍ରସ୍ତାବ ନ ମାନିଲେ ଭୟଙ୍କର ପରିଣାମ” ହେବ ବୋଲି ହମାସକୁ ଚେତାଇ ଦେଇଥିଲେ । ୨ ବର୍ଷର ଇସ୍ରାଏଲ ଓ ହମାସ ଯୁଦ୍ଧରେ ପ୍ରଥମେ ୧୨ ଶହ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା  ।  ପରେ IDFର କାର୍ଯ୍ୟାନୁଷ୍ଠାନରେ ୬୫ ହଜାର ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.