କାର୍ଯ୍ୟକ୍ଷମ ହେଲା ଟ୍ରମ୍ପଙ୍କ ଫେସ୍ ବୁକ୍ ଓ ଇଷ୍ଟାଗ୍ରାମ ଆକାଉଣ୍ଟ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟାନ୍ ହୋଇ ସାରିଥିବା ବେଳେ କିଛି ଆକାଉଣ୍ଟ୍କୁ ରେଷ୍ଟୋର୍ (ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇଛି) କରାଯାଇଛି। ଟ୍ରମ୍ପ୍ଙ୍କ ଉଭୟ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍କୁ ରେଷ୍ଟୋର୍ କରିଛି ମେଟା। ବ୍ୟାନ୍ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପ୍ଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେଷ୍ଟୋର୍ ହୋଇଛି ବୋଲି ମେଟା ଗୁରୁବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି।
୨୦୨୧ ମସିହା ଜାନୁଆରି ମାସରେ ଆମେରିକାରେ ହୋଇଥିବା କ୍ୟାପିଟଲ୍ ହିଲ୍ ଦଙ୍ଗା ପରେ ଟ୍ରମ୍ପ୍ଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍କୁ ୨ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା।
ଚଳିତବର୍ଷ ଜାନୁଆରିରେ ଟ୍ରମ୍ପଙ୍କ ଆକାଉଣ୍ଟ୍କୁ ରେଷ୍ଟୋର୍ କରାଯିବ ବୋଲି ମେଟା ସୂଚନା ଦେଇଥିଲା। ଯଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ପୁଣି ଥରେ ସୋସିଆଲ୍ ମିଡିଆ ନୀତି ବିରୋଧୀ କାର୍ଯ୍ୟ କରନ୍ତି ତ ତାଙ୍କ ବିରୋଧରେ ଜରିମାନା ଲାଗୁ କରାଯିବ ବୋଲି ସୂଚାଇ ଦିଆଯାଇଛି। ଟ୍ରମ୍ପ୍ଙ୍କର ଇନ୍ଷ୍ଟାଗ୍ରାମ୍ରେ ୨୩ ମିଲିୟନ୍ ଫଲୋୟର୍ସ ଥିବା ବେଳେ ଫେସ୍ବୁକ୍ରେ ୩୪ ମିଲିୟନ୍ ଫଲୋୟର୍ସ ରହିଥିଲେ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟ୍ବିଟର୍ ଆକାଉଣ୍ଟ୍ ବ୍ୟାନ୍ ରହିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଟ୍ବିଟର୍ର ନୂଆ ମାଲିକ ଏଲନ୍ ମସ୍କ। କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ ଟ୍ରମ୍ପ୍ଙ୍କ ଆକାଉଣ୍ଟ୍କୁ ବ୍ୟାନ୍ କରି ଦିଆଯାଇଥିଲା।