ଦିବଂଗତ ସିନେ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ ଙ୍କ ପରିବାରକୁ ‘OFTDDT’ ର ଆର୍ଥିକ ସହାୟତା ପ୍ରଦାନ
ଭୁବନେଶ୍ବର (ଆମ ଟିଭି): ଗତ 10 ତାରିଖ ସୋମବାର ଦିନ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ଯାତ୍ରା ଜଗତର ପରିଚିତ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ ଙ୍କର ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ କଟକ ଠାରେ ପରଲୋକ ହେଇଯାଇଥିଲା I ଏ ମୃତ୍ୟୁ ସମ୍ବାଦରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିଲା I ଏଥିରେ ବ୍ୟଥିତ ହୋଇ ଓଡ଼ିଆ ସିନେମା ଓ ଟେଲିଭିଜନ ଡିରେକ୍ଟରସ୍ ଡେଭେଲପମେଣ୍ଟ ଟ୍ରଷ୍ଟ (OFTDDT) ତରଫରୁ ତୁରନ୍ତ ଏକ ଜରୁରୀ ବୈଠକ ଭୁବନେଶ୍ୱର ଠାରେ ଡକାଯାଇଥିଲା I ‘OFTDDT’ ର ସଭାପତି ସିନେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ରେ ପରଲୋକଗତ ତୃପ୍ତି ବିଶ୍ୱାଳ ଙ୍କ ପରିବାରକୁ ଆମେ ଏହି ସମୟରେ ସାହାଯ୍ୟର ହାତ ବଢାଇବା ଉଚିତ ବୋଲି ପ୍ରସ୍ତାବ ଆଗତ କରାଯାଇଥିଲା I ଏଥିରେ ସମସ୍ତ ସିନେ ଓ ଟେଲିଭିଜନ, ଧାରାବାହିକ ନିର୍ଦ୍ଦେଶକ ମାନେ ଅକୁଣ୍ଠ ସମର୍ଥନ କରିଥିଲେ I
ଏହି ମର୍ମ ରେ ଆଜି ଦ୍ୱାଦଶ ଦିବସରେ ଓଡ଼ିଆ ସିନେମା ଓ ଟେଲିଭିଜନ ଡିରେକ୍ଟର ଡେଭେଲପମେଣ୍ଟ ଟ୍ରଷ୍ଟ (OFTDDT) ତରଫରୁ ସିନେ ନିର୍ଦ୍ଦେଶକ ଜ୍ୟୋତି ଦାସ, ଦେବୁ ପଟ୍ଟନାୟକ, ବିରଜା ତ୍ରିପାଠୀ, ଦିଲ୍ଲୀପ ପଣ୍ଡା ଓ ଆଲୋକ ବେହେରା ଦିବଂଗତ ତୃପ୍ତି ବିଶ୍ୱାଳ ଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ସାଲେପୁର ନିକଟସ୍ଥ କାଳିଅନ୍ତି ଗ୍ରାମରେ ଉପସ୍ଥିତ ହୋଇ ଟ60,000ଙ୍କା (ଷାଠିଏ ହଜାର ଟଙ୍କା) ର ଏକ ଚେକ୍ ତାଙ୍କ ପତ୍ନୀ ହିମାଂଶୁବାଳା ଙ୍କ ହସ୍ତରେ ପ୍ରଦାନ କରିଥିଲେ I ଝିଅ ଶିବାଶ୍ରୀ ଓ ପୁଅ କାନ୍ତି କୌଶିକ ଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ ପରିବାର କୁ ସାନ୍ତ୍ୱନା ପ୍ରଦାନ କରିଥିଲେ I