ଭାଲେଣ୍ଟାଇନ୍ ଡେ ଗ୍ଲୋ-ଅପ୍ ପାଇଁ ଆପଣାନ୍ତୁ ଏହି ୫ଟି ସହଜ ଘରୋଇ ଟିପ୍ସ*
ଭାଲେଣ୍ଟାଇନ୍ ଡେ ରେ ସୁନ୍ଦର ଦେଖାଯିବା ପାଇଁ ମହଙ୍ଗା ଟ୍ରିଟମେଣ୍ଟ ଆବଶ୍ୟକ ନୁହେଁ। ଦୈନିକ ଯତ୍ନ, ସଠିକ ଆହାର ଓ ଘରୋଇ ପ୍ରାକୃତିକ ଉପାୟ ଦ୍ୱାରା ଆପଣ ପାଇପାରିବେ ଚମକଦାର ଓ ମୁଲାୟମ୍ ତ୍ୱଚା।ତେବେ ଆସନ୍ତୁ ଜାଣିବା ସେହି ୫ଟି ସହଜ ଉପାୟ ବିଷୟରେ।
*ତ୍ୱଚାକୁ ଭଲଭାବେ ସଫା କରନ୍ତୁ*
()ଗ୍ଲୋଇଂ ସ୍କିନ୍ ପାଇବାର ପ୍ରଥମ ପଦକ୍ଷେପ ହେଉଛି ସଫା-ସୁଥଳା ତ୍ୱଚା।
()ପ୍ରତିଦିନ କମ୍ ସେ କମ୍ ୨ଥର ମୁହଁ ଧୋଇବା ଆବଶ୍ୟକ।
()ସପ୍ତାହକୁ ୨ଥର ଓଟ୍ମିଲ୍ କିମ୍ବା କଫି ସ୍କ୍ରବ୍ ବ୍ୟବହାର କରନ୍ତୁ।
()ହାଲୁକା ହାତରେ ସ୍କ୍ରବ୍ କରିଲେ ମୃତ କୋଷିକା ବାହାରିଯାଏ।
()ଏହା ତ୍ୱଚାର ଗହୀରା ମଇଳକୁ ହଟାଇ ନୂତନ ଚମକ ଆଣିଥାଏ।
*ପର୍ଯ୍ୟାପ୍ତ ପାଣି ପିଅନ୍ତୁ*
()ସୁସ୍ଥ ଶରୀର ହେଉଛି ଚମକଦାର ତ୍ୱଚାର ମୂଳ ରହସ୍ୟ।
()ଦିନକୁ ୮–୧୦ ଗ୍ଲାସ ପାଣି ପିଅନ୍ତୁ।
()ସନ୍ତୁଳିତ ଆହାର ସହିତ ଫଳ, ସବୁଜ ଶାକସବ୍ଜି ଓ ମଞ୍ଜି ଖାନ୍ତୁ।
()ଭିଟାମିନ C ଭରପୂର ଫଳ (ଯେପରିକି କମଳା, ଲେମ୍ବୁ) ତ୍ୱଚାକୁ ଉଜ୍ଜ୍ୱଳ କରେ।
()ଭିତରୁ ହାଇଡ୍ରେଟେଡ୍ ରହିଲେ ମୁହଁରେ ସ୍ୱାଭାବିକ ଗ୍ଲୋ ଆସିଥାଏ।
*ନ୍ୟାଚୁରାଲ୍ ଫେସ୍ ପ୍ୟାକ ବ୍ୟବହାର କରନ୍ତୁ*
ବଜାରର କେମିକାଲ୍ ପ୍ରଡକ୍ଟ ବଦଳରେ ଘରୋଇ ଫେସ୍ ପ୍ୟାକ ସୁରକ୍ଷିତ ଓ ଫଳଦାୟକ।
ତିଆରି ପ୍ରଣାଳୀ:
୧ ଚାମଚ ଦହି
୧ ଚାମଚ ମହୁ
ଥୋଡ଼ା ହଳଦୀ
ସବୁକୁ ମିଶାଇ ମୁହଁରେ ଲଗାନ୍ତୁ ଏବଂ ୧୫–୨୦ ମିନିଟ ପରେ ଧୋଇଦିଅନ୍ତୁ।
ଏହା ତ୍ୱଚାକୁ ମଏସ୍ଚରାଇଜ୍ କରି ଦାଗ ହଟାଇଥାଏ ଏବଂ ନ୍ୟାଚୁରାଲ୍ ଗ୍ଲୋ ଦେଇଥାଏ।
୪. ଘି-କୁଆଁରୀ (Aloe Vera) ରସ ଲଗାନ୍ତୁ
ଶୋଇବା ପୂର୍ବରୁ ଘି-କୁଆଁରୀ ରସ ମୁହଁରେ ଲଗାଇଲେ ତ୍ୱଚା ଆରାମ ପାଏ।କଳା ଦାଗ କମେ,ତ୍ୱଚା ନରମ ଓ ସତେଜ ହୁଏ,ପିମ୍ପଲ୍ ହେବାର ସମସ୍ୟା କମିଥାଏ,ଏହା ଏକ ପ୍ରାକୃତିକ ସ୍କିନ୍ ହିଲର୍ ଭାବେ କାମ କରେ।
୫. ପର୍ଯ୍ୟାପ୍ତ ନିଦ୍ରା ନିଅନ୍ତୁ
ନିଦ ହେଉଛି ସୌନ୍ଦର୍ଯ୍ୟର ମୁଖ୍ୟ ମନ୍ତ୍ର।ପ୍ରତିଦିନ ୭–୮ ଘଣ୍ଟା ଶୁଅନ୍ତୁ।ଯୋଗ, ପ୍ରାଣାୟାମ ଓ ହାଲୁକା ବ୍ୟାୟାମ କରନ୍ତୁ।
ଠିକ୍ ଭାବରେ ନିଦ ନ ହେଲେ ମୁହଁର ଚମକ କମିଯାଏ ଏବଂ ଡାର୍କ ସର୍କଲ୍ ହୁଏ। ଭଲ ନିଦ୍ରା ମୁହଁକୁ ସତେଜ ଓ ଆକର୍ଷଣୀୟ କରେ।