“ତୁ ସେଇ ନୀଳନୟନା” ର ସୁଟିଂ ଆରମ୍ଭ

0

ମୁନ୍ ଟିଭି ପକ୍ଷରୁ ଘୋଷିତ ଦଶଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳାନୟନା’ର ସୁଟିଂ ଭୁବନେଶ୍ୱର ଠାରେ ୨୭ ତାରିଖରୁ ଆରମ୍ଭ ହେଲା l ପ୍ରଥମ ଦିନ ସୁଟିଂ ଅଭିନେତ୍ରୀ ଲିପିକା ଓ ଅଭିନେତା ପିଣ୍ଟୁ ନନ୍ଦଙ୍କ ସଟ୍ ରୁ ଆରମ୍ଭ ହୋଇଥିଲା ସୁଟିଂ। ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ l ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ l ପ୍ରେମଆନନ୍ଦ ସଂଗୀତ ନିର୍ଦେଶନା ଦେଇଥିବାବେଳେ ସଂଳାପ ଲେଖିଛନ୍ତି ଡ଼. ରଜନୀ ରଞ୍ଜନ l ଚଳଚ୍ଚିତ୍ରର ମୁଖ୍ୟ ତଥା ନାୟକ ଓ ନାୟିକାଭାବେ ସମ୍ବିତ ଓ ଲିପିକା ଅଭିନୟ କରିଛନ୍ତି l ସେହିପରି ‘ଲଭ ଇମପସିବୁଲ’ ନୂଆ ଚଳଚ୍ଚିତ୍ରର ନାଁ ଘୋଷଣା କରାଯାଇଥିଲା l ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ନବଗତ ରୋହନ ଓ ପୁନମ l ନିର୍ଦେଶନା ଭାର ଗ୍ରହଣ କରିଛନ୍ତି ତ୍ରିପତି ସାହୁ । କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ପରିଚାଳନାରେ ଅଛନ୍ତି l ଭୁବନେଶ୍ବର ପରେ କଟକ ଓ ହାଇଦ୍ରାବାଦ ରେ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।

Leave A Reply

Your email address will not be published.