“ତୁ ଚଗଲି ମୁଁ ଚଗଲା” ରେ ପୁନମ ମିଶ୍ର ଚୁକ୍ତିବଦ୍ଧ ହେଲେ
ଲକ୍ଡାଉନ୍ ପରେ ମୁନ୍ ଟିଭି 6ଟି ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି ।ପ୍ରଥମ ଫିଲ୍ମର ଟାଇଟଲ୍ ରହିଛି ‘ତୁ ଚଗଲା ମୁଁ ଚଗଲି’ ରେ ପୁନମ ମିଶ୍ର ଙ୍କୁ ଚୁକ୍ତିବଦ୍ଧ ହେଲେ। ସମସ୍ତ ଛଟି ଫିଲ୍ମର ସଂଳାପ ଓ ଚିତ୍ରନାଟ୍ୟ ରଜନୀ ରଂଜନ ଲେଖୁଥିବାବେଳେ ” ତୁ ଚଗଲି ମୁଁ ଚଗଲା “ସଙ୍ଗୀତ ନିର୍ଦ୍ଦେଶନା ଦେବେ ପ୍ରେମାନନ୍ଦ ଓ ନିର୍ଦ୍ଦେଶନା ଦେବେ ବିନି ପଟ୍ଟନାୟକ। ଲକ୍ଡାଉନ୍ ସମୟରେ ସ୍କ୍ରିପ୍ଟିଂ ଓ ସଙ୍ଗୀତ ସ୍ୱର ସଂଯୋଜନା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କୋଭିଡ୍ କଟକଣା କୋହଳ ହେବା ଏବଂ ଲକ୍ଡାଉନ୍ ଉଠିବା ପରେ ଫିଲ୍ମର ସୁଟିଂ ଓଡ଼ିଶା ଓ ବାହାର ରାଜ୍ୟରେ ହେବ ବୋଲି ଏହାର କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ପ୍ରଯୋଜକ ସଚ୍ଚିକାନ୍ତ ଜେନା ପୂର୍ବରୁ ହାଏ ଡାର୍ଲିଂ, ଝିଅଟା ବିଗିଡ଼ିଗଲା, ବଜରଙ୍ଗୀ, ସୁନ୍ଦରଗଡ଼ର ସଲମାନ୍ ଖାନ୍ ଏବଂ ଲଭ୍ ଏକ୍ସପ୍ରେସ ଆଦି ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। କୋଭିଡ୍ କଟକଣା ପରେ ‘ହୀରାଲାଲ୍ ମୋତିଲାଲ୍’ ଓ ‘ଲଭ୍ ଫିଭର୍’ ଭଳି ଫିଲ୍ମ ମୁକ୍ତିଲାଭ କରିବାକୁ ସେ ଯୋଜନା କରିଛନ୍ତି।