ତୁର୍କୀ ସିରିଆରେ ୫୦ ହାଜର ଟପିବ ମୃତ୍ୟୁ ସଂଖ୍ୟା,, ଜାତିସଂଘର ମାର୍ଟିନ୍‌ ଗ୍ରିଫିଥ

0

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ସଂଘଠିତ ଶକ୍ତିଶାଳୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ଜାତିସଂଘ ରିଲିଫ୍‌ ମୁଖ୍ୟ ମାର୍ଟିନ୍‌ ଗ୍ରିଫିଥ୍‌ସ୍‌ ‘ସ୍କାଏ ନିଉଜ୍‌’କୁ କହିଛନ୍ତି।

ଭୂମିକମ୍ପର ଉତ୍ପତ୍ତିସ୍ଥଳ ତୁର୍କୀର ଦକ୍ଷିଣାଞ୍ଚଳ ନଗରୀ କାହ୍‌ରାମାନମାରାସ୍‌ରେ ପହଞ୍ଚିବା ପରେ ମାର୍ଟିନ୍‌ ଗ୍ରିଫିଥ୍‌ସ୍‌ କହିଛନ୍ତି, ଭଗ୍ନସ୍ତୂପ ଭିତରେ ଖୋଜାଖୋଜି ଚାଲିଥିବାରୁ ମୃତ୍ୟୁସଂଖ୍ୟାର ସଠିକ୍‌ ଆକଳନ କରିବା କଷ୍ଟସାଧ୍ୟ। ତଥାପି ମୁଁ ନିଶ୍ଚିତ ଯେ, ମୃତ୍ୟୁସଂଖ୍ୟା ଦୁଇଗୁଣରୁ ଅଧିକ ହେବ।

ସୂଚନାଯୋଗ୍ୟ, ମୃତ୍ୟୁସଂଖ୍ୟା ୨୮,୦୦୦ ହୋଇଥିବା ବେଳେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ଆମେ ଠିକ୍‌ ଭାବେ ମୃତ୍ୟୁସଂଖ୍ୟା ଗଣନା ଆରମ୍ଭ କରିନାହୁଁ।
‘ସିଏନ୍‌ଏନ୍‌’ ଜାରି କରିଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଶନିବାର ସୁଦ୍ଧା ତୁର୍କୀ ଓ ସିରିୟାରେ ମୃତ୍ୟୁସଂଖ୍ୟା ୨୯,୮୯୬ରେ ପହଞ୍ଚିଛି।

‘ଏପିଏଫ୍‌’ ରିପୋର୍ଟ ଅନୁସାରେ, ପୂର୍ବରୁ ଜାତିସଂଘ ସତର୍କ କରାଇ ଦେଇଥିଲା ଯେ, ସମଗ୍ର ତୁର୍କୀ ଓ ସିରିୟାରେ ଅନ୍ୟୂନ ୮୭୦,୦୦୦ ଲୋକଙ୍କୁ ଉଷୁମ ଭୋଜନ ମିଳିବା ନିହାତି ଆବଶ୍ୟକ। କେବଳ ସିରିୟାରେ ୫.୩ ନିୟୁତ ଜନତା ବାସହରା ହୋଇଥାଇ ପାରନ୍ତି।

Leave A Reply

Your email address will not be published.