ତୁର୍କି, ସିରିଆ ପରେ ଏକ ଜାପାନରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ(ଆମ ଟିଭି): ସବୁ ଦେଶକୁ ଏବେ ଘାରିଛି ଭୂମିକମ୍ପ ଭୟ । ଲଗାତର ଭାବେ ଗୋଟିଏ ପରେ ଗୋଟିଏ ଦେଶରେ ଭୂକମ୍ପ ଅ୍ରନୁଭୂତ ହେଉଛି । ତୁର୍କୀ ଓ ସିରିୟାରେ ପ୍ରଳୟଙ୍କାରୀ ଭୂମିକମ୍ପ ସବୁକିଛି ନଷ୍ଟ କରିଦେବା ପରେ ଏବେ ଜାପାନରେ ବି ତାର ଶକ୍ତି ଦେଖାଇଛି । ଜାପାନର ହିକ୍କାଇଡୋ ସହରକୁ ଥରହର କରିଦେଇଛି ଏହି ଭୂମିକମ୍ପ । ଗତକାଲି ସନ୍ଧ୍ୟାରେ ଏହି ଭୂମିକମ୍ପ ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ବୋଲି କୁହାଯାଇଛି । ସେପଟେ ଭୂକମ୍ପ ନରେ ସାଧାରଣ ଭାବେ ଆସୁଥିବା ସୁନାମୀକୁ ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ମୁତାବକ ଏହି ଭୂମିକମ୍ପ ସ୍ଥାନୀୟ ସମୟ ରାତି ୧୦.୨୭ ରେ ଅନୁଭୁତ ହୋଇଥିଲା ।
ସେପଟେ ଶନିବାର ଦିନ ପୁଣିଥରେ ତୁର୍କୀରେ ଭୂମିକମ୍ପ ଅନୁଭୁତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ଥିଲା । ଏହାସହ ଶୁକ୍ରବାର ମଧ୍ୟ ପାକିସ୍ତାନରେ ଭୂମିକମ୍ପ ହୋଇଛି । ଏଠାରେ ଶୁକ୍ରବାର ସକାଳେ ୩.୯ ତୀବ୍ରତାରେ ଭୂମିକମ୍ପ ଆସିଥିଲା । ଏହି ଭୂକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇଥିବାର ସୂଚନା ନାହିଁ ।