ପୁଣି ଭୂକମ୍ପରେ ଥରିଲା ତୁର୍କି
ନୂଆଦିଲ୍ଲୀ(ଆମ ଟିଭି): ତୁର୍କିକୁ ଛାଡ଼ୁନି ଭୁକମ୍ପ ଭୟ । ଭୟଙ୍କର ଭୂମିକମ୍ପରେ ଥରି ଉଠିଥିବା ତୁର୍କୀରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ତୁର୍କୀର ହୟାତ ପ୍ରଦେଶରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଗୋଟିଏ ଭୂମିକମ୍ପର ତୀବ୍ରତା ୬ ଦଶମିକ ୪ ରହିଥିବା ବେଳେ ଅନ୍ୟ ଏକ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ଦଶମିକ ୮ ମପାଯାଇଛି ।
ସିରିଆ ଓ ଲେବାନନରେ ମଧ୍ୟ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ ଅତିକମରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବାର ଖବର ମିଳିଛି । କିଛି ଘର ମଧ୍ୟ ଭୁଷୁଡ଼ିପଡ଼ିଥିବାର ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।