ଟ୍ୱିଟରର ସିଇଓ ପଦ ଛାଡ଼ିବେ ଏଲନ ମସ୍କ
ନୂଆଦିଲ୍ଲୀ(ଆମ ଟିଭି): ଟ୍ୱିଟରକୁ ଏଲନ ମସ୍କ ନେବା ପରେ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଏଲନ ମସ୍କ । ଏହାରି ଭିତରେ ଏକ ବଡ଼ ଖବର ଆସିଛି ଯେ, ଟ୍ୱିଟରର ସିଇଓ ଏଲନ୍ ମସ୍କ ଖୁବ୍ ଶୀଘ୍ର ସିଇଓ ପଦ ଛାଡିବାକୁ ଯାଉଛନ୍ତି ।
ଏଥିପାଇଁ ସେ ଅନ୍ୟଜଣେ ନୂଆ ସିଇଓଙ୍କୁ ବାଛି ସାରିଛନ୍ତି । ଲିଣ୍ଡା ୟାକାରିନୋଙ୍କୁ ମିଳିବ ଦାୟିତ୍ୱ । ୬ ସପ୍ତାହ ମଧ୍ୟରେ ସେ କାର୍ୟ୍ୟଭାର ସମ୍ଭାଳିବେ ବୋଲି ସୂଚନା ଦେଇଛନ୍ତି ଖୋଦ୍ ଏଲନ୍ ମସ୍କ ।