ଟ୍ୱିଟର ଆଣିଲା ନୂଆ ପଲିସି: ଜାଣନ୍ତୁ କ’ଣ?

0

ନୂଆଦିଲ୍ଲୀ (ଆମ ଟିଭି): ଏଲନ ମସ୍କ ଟ୍ୱିଟରକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ନୂଆ ନୂଆ ନୀତି ଆସୁଛି । ଏହାରି ଭିତରେ ଟ୍ୱିଟର ଆଣିଛି ଆଉ ଏକ ନୂଆ ପଲିସି । ନୂଆ ଟ୍ୱିଟର ନୀତି ଘୋଷଣା କଲେ ଏଲନ୍ ମସ୍କ । ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି । ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ ନିଆଯିବ କାର୍ୟ୍ୟାନୁଷ୍ଠାନ । ଏପରି କଲେ ଡିବୁଷ୍ଟ କରିବା ସହ ଡିମୋନେଟାଇଜ୍ କରାଯିବ । ଫଳରେ ସେମାନଙ୍କ ଟ୍ୱିଟରରେ କୌଣସି ବିଜ୍ଞାପନ କିମ୍ବା ରେଭିନ୍ୟୁ ଉପଲବ୍ଧ ହେବ ନାହିଁ ।

ଟ୍ୱିଟର ମାଲିକାନା ହାସଲ କରିବା ପରେ ଟ୍ୱିଟରକୁ ନୂଆ ରୂପ ଦେବା ପାଇଁ ପ୍ରୟାସ କରୁଛନ୍ତି ଏଲନ୍ ମସ୍କ । ବ୍ୟାନ୍ ହୋଇଥିବା ଆକାଉଣ୍ଟକୁ ପୁଣି କାର୍ୟ୍ୟକ୍ଷମ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ସେହିପରି ଟ୍ୱିଟର ଅଧିଗ୍ରହଣ କରିବା ପରେ ବଡ଼ ଧରଣର ଛଟେଇ କରିବା ମଧ୍ୟ ଆରମ୍ଭ କରିଛନ୍ତି । ଗୁରୁବାର ଟ୍ୱିଟରରୁ ଶହ ଶହ କର୍ମଚାରୀ ଇସ୍ତଫା ଦେଇଛନ୍ତି । ମସ୍କ ଟ୍ୱିଟରରେ ଚେତାବନୀ ଦେଇଥିଲେ ଯେ, ଅଧିକ ସମୟ କାମ କରିବା ପାଇଁ ପ୍ରସ୍ତୁତ ରୁହ, ନହେଲେ କମ୍ପାନୀ ଛାଡ ।

 

 

 

Leave A Reply

Your email address will not be published.