କ୍ରାଶ ହେଲା ବାୟୁସେନାର ଦୁଇ ବିମାନ
ନୂଆଦିଲ୍ଲୀ : ଦୁର୍ଘଟଣାଗ୍ରସ୍ତ ହେଲା ଦୁଇ ଲଢ଼ୁଆ ବିମାନ। ମଧ୍ୟପ୍ରଦେଶର ମୋରାନରେ ବାୟୁସେନାର ସୁଖୋଇ-୩୦ ଓ ମିରେଜ୍-୨୦୦୦ ବିମାନ କ୍ରାଶ ହୋଇଛି। ଏନେଇ ‘ଦିଲ୍ଲୀ ଡିଫେନ୍ସ ରିଭ୍ୟୁ’ ଟୁଇଟ୍ କରି ସୂଚନା ଦେଇଛି। ଏଥିରେ ଜଣେ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ଆଜି ଭୋରରେ ଅଭ୍ୟାସ ନିମନ୍ତେ ଏହି ଦୁଇଟି ଲଢ଼ୁଆ ବିମାନ ଗୋଆଲିୟର୍ ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣା ପରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।