ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ବିଜେପିର ୨ ଜଣ ବିଧାୟକ: ତାରା

0

ଭୁବନେଶ୍ୱର(ଆମ ଟିଭି):  ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ବିଜେପିର ୨ ଜଣ ବିଧାୟକ। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସହ ଆଉ ଜଣେ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି ବୋଲି ବିଜେପି ମୁଖ୍ୟସଚେତକ ମୋହନ ମାଝିଙ୍କ ଅଭିଯୋଗର ଜବାବରେ ତାରା ଏଭଳି ଉତ୍ତର ରଖିଛନ୍ତି । ତାରା କହିଛନ୍ତି, ଆମର ଯିଏ କ୍ରସ ଭୋଟିଂ କରିଛନ୍ତି ସିଏ ଖୋଲାଖୋଲି କହିଛନ୍ତି, ହେଲେ ଗଣତନ୍ତ୍ରର ସୁରକ୍ଷା କଥା କହୁଥିବା ବିଜେପି ବିଧାୟକ ବି ଲୁଚାଛପା ଭାବେ କ୍ରସ ଭୋଟିଂ କରିଛନ୍ତି ।

ଆସନ୍ତାକାଲି ଫଳାଫଳ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଦୃଢକ୍ତି କରିଛନ୍ତି । ତେବେ ଏହାକୁ ନେଇ ବିଧାନସଭା ରାଜନୀତି ଚଳଚଞ୍ଚଳ ହୋଇଛି । କେବଳ ତାାରା ନୁହଁନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ କହିଛନ୍ତି ଆମର ୮ଟି ଭୋଟ ଯାଇଛି । କିନ୍ତ ସିହ୍ନାଙ୍କୁ ଓଡିଶାରୁ ଯାଇଛି ୧୧ ଭୋଟ୍ ।

Leave A Reply

Your email address will not be published.