ଭୁବନେଶ୍ବରରେ ଶେଷ ହେଲା ଦୁଇ ଦିନିଆ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪  

0

ଭୁବନେଶ୍ବର :ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଓ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟର ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍ଏସ୍ଆଇ)ର ସହିତ ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ବର ଏକ ଘରୋଇ ହୋଟେଲ ରେ ପୂର୍ବ କଲି ଆରମ୍ଭ ହୋଇଥିବା ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର ଥିମ୍ ଥିଲା ‘ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ’ ବା “ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି” ଆଜି ଶେଷ ହୋଇଛି । ଏହି ସମ୍ମିଳନୀ ଚଳିତ ଫେବୃଆରୀ ୬ ଓ ୭ ଦୁଇ ଦିନ ଧରି ଚାଲିଥିଲା ଯାହା ପରିସଂସ୍ଥା ସନ୍ତୁଳନ କ୍ଷେତ୍ରର ପ୍ରମୁଖ ଭବିଷ୍ୟତ ଉପରେ ରଣନୀତି କରିବା ପାଇଁ ଶିଳ୍ପ ହିତାଧିକାରୀ, ବିଶେଷଜ୍ଞ, ଶିକ୍ଷାବିତ୍, ଅନୁଷ୍ଠାନ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା ।

ଏହି ଦୁଇ ଦିନିଆ ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ‘୨୦୭୦ ସୁଦ୍ଧା ଆମକୁ ଅଙ୍ଗାରକାମ୍ଳ ବା କାର୍ବନ ନିର୍ଗମନକୁ ‘ଜିରୋ’ ବା ଶୂନ କରିବା’ ଯେଉଁଥି ପାଇଁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ମନିଟରିଂ ଏବଂ ସର୍କୁଲାର୍ ଇକୋନୋମିରେ ସାମ୍ପ୍ରତିକ ଟେକ୍ନୋଲୋଜି ଧାରାକୁ ଆଲୋକିତ କରିବା ସହ ଏହି ପରି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି, ବିକଳ୍ପ ଶକ୍ତି, ସ୍ଥାୟୀ ଖଣି, ନୂତନ ନିରାପତ୍ତା ସର୍କୁଲାର, ଅର୍ଥନୀତି ପରିଚାଳନା ଓ ସବୁଜ ପରିବେଶ ପାଇଁ ବିନା ଖର୍ଚ୍ଚରେ କ୍ଷମତା ସୃଷ୍ଟି କରିବା ସହ ଏହାକୁ ହାସଲ କରିବା ପାଇଁ ଏକ ସୁଗମ ପରିବର୍ତ୍ତନକୁ ରାସ୍ତା ଦେଖାଇବା ।

ପ୍ରଥମ ଦିନ କାର୍ଯକ୍ରମର ଉଦ୍ଘାଟନ ହୋଇଥିଲା ଯେଉଁଥିରେ ୩ ଟି ଅଧିବେଶନରେ ଭାରତର ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣ, ଇସ୍ପାତ ଏବଂ ଆଲୁମିନିୟମ୍ କ୍ଷେତ୍ରରେ ଜଳବାୟୁ ସ୍ଵଚ୍ଛତାରେ ନୂତନତ୍ୱ ଓ ଧାତୁ ଉତ୍ପାଦନର ଭବିଷ୍ୟତ ଓ ଅର୍ଥନୀତି ଉପରେ ଆଲୋଚନା କରାଯାଇଥିଲା | ଦ୍ବିତୀୟ ଦିନରେ ୬ଟି ଅଧିବେଶନ ଆୟୋଜନ ହୋଇଥିଲା ଯେଉଁଥିରେ ସବୁଜ ସ୍ଥିରତା ପାଇଁ ଧାତୁ ଶିଳ୍ପରେ ସୁରକ୍ଷା ପରିଚାଳନା ବ୍ୟବସ୍ଥା, ଧାତୁ ଓ ଖଣି କ୍ଷେତ୍ରରେ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ମନିଟରିଂରେ ଟେକ୍ନୋଲୋଜିର ବିକାଶ, ନେଟ୍ ଜିରୋ ହାସଲ ପାଇଁ ଆବଶ୍ୟକୀୟ ଅର୍ଥ, ଓ ଜଳବାୟୁ ନିୟନ୍ତ୍ରଣ ଟେକ୍ନୋଲୋଜି ପାଇଁ ପ୍ରତିଭା ଅନ୍ଵେଷଣର ଆବଶ୍ୟକତା ତଥା ସବୁଜ ଧାତୁ ପାଇଁ ବଜାରରେ ସ୍ଥାନ ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ଅଧିବେଶନରେ ଯୋଗଦେଇଥିଲେ ଶ୍ରୀ ଆର ସନ୍ଥାନାଗୋପାଲାନ୍, ଆଇଏଏସ୍ (କମିଶନର, ସଚିବ, ଶ୍ରମ ଏବଂ ଇଏସଆଇ ବିଭାଗ, ଓଡ଼ିଶା, ଶ୍ରୀମତୀ ଉଷା ପାଢୀ, ଆଇଏଏସ୍ (ପ୍ରମୁଖ ସଚିବ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡିଶା), ଶ୍ରୀ ସତ୍ୟବ୍ରତ ସାହୁ, ଆଇଏଏସ୍ (ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏଫ୍ଇ ଆଣ୍ଡ ସିସି ବିଭାଗ, ଓଡିଶା) ଶ୍ରୀ ହେମନ୍ତ ଶର୍ମା, ଆଇଏଏସ୍ (ପ୍ରମୁଖ ସଚିବ, ଶିଳ୍ପ ବିଭାଗ, ଓଡିଶା ସରକାର) ସହ ଭାରତ ସରକାରଙ୍କ ଉଚଃପଦସ୍ଥ ଅଧିକାରୀ ତଥା ଦେଶର ପ୍ରତିଷ୍ଠିତ ଧାତୁ ଉତ୍ପାଦକ ସଂସ୍ଥାର ଅଧିକାରୀ ମାନେ ।

ଶିଳ୍ପ ଏବଂ ଖଣି ସଂସ୍ଥାଗୁଡ଼ିକ ପାଇଁ ସର୍ବଶେଷ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣରୁ ନୂତନ ପ୍ରଦୂଷଣ ନିବାରଣ ପ୍ରଯୁକ୍ତିବିଦ୍ୟା, ପରିବେଶ ମନିଟରିଂ, ଏବଂ ତଥ୍ୟ ହାସଲ ଏବଂ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା ପାଇଁ ଏହି ସମ୍ମିଳନୀ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବା ସହ ଖଣି ଏବଂ ଶିଳ୍ପ କ୍ଷେତ୍ରର ଅଗ୍ରଗତି ପାଇଁ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ସହ ଧାତୁ ଉତ୍ପାଦନ କ୍ଷେତ୍ରର ସାମଗ୍ରିକ ପ୍ରଗତିରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଥିଲା ଏହି ସମ୍ମିଳନୀ |

Leave A Reply

Your email address will not be published.