ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଜିଲ୍ଲାପାଳ

0

ଭୁବନେଶ୍ୱର : ବିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ସରିଛି ଉଭୟ IASଙ୍କ ନିର୍ବନ୍ଧ। ଅନନ୍ୟାଙ୍କ ସମ୍ବଲପୁର ବାସଭବନରେ ଗତକାଲି ପାରମ୍ପରିକ ରୀତିନୀତିରେ ହୋଇଛି ଏନଗେଜମେଣ୍ଟ। ଅନନ୍ୟା ଓ ଚଞ୍ଚଳଙ୍କ ପରିବାର ଏଥିରେ ସାମିଲ ହୋଇଥିଲେ।

ତା’ସହ କିଛି ନିକଟତର ବନ୍ଧୁ ଓ ଅଫିସର ବି ଏଥିରେ ଉପସ୍ଥିତ ଥିଲେ। ଏହି ଦୁହେଁ ଆସନ୍ତା ୩ ମାସ ମଧ୍ୟରେ ବିବାହ କରିବା ନେଇ ସୂଚନା ରହିଛିା

ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ। ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କ ସହ ବିବାହ କରିଥିଲେ। ସେହିପରି ଚଞ୍ଚଳ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ସହ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ
ପୁଣି ବିବାହ କରୁଛନ୍ତି ଅନନ୍ୟା ଓ ଚଞ୍ଚଳା।

ଏହାପୂର୍ବରୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ୨୦୧୫ ବ୍ୟାଚ୍‌ର IAS ଟପର ଟିନା ଡାବି।

Leave A Reply

Your email address will not be published.