ଭୁବନେଶ୍ୱର (ଆମ ଟିଭି): ପୁଣି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଆସନ୍ତା କାଲି OPSC ପକ୍ଷରୁ ASO ଲିଖିତ ପରୀକ୍ଷା ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ହେବାକୁ ଥିବାବେଳେ ଅନ୍ୟପକ୍ଷରେ OSSSC ପକ୍ଷରୁ ଜାରି ହୋଇଛି RI, ICDS, ARI ପରୀକ୍ଷା ସମୟ ।
କାଲି ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି OSSSC ପରିଚାଳିତ ପରୀକ୍ଷା । ଠିକ ସେହି ସମୟରେ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି ASO ପେପର-୧ ପରୀକ୍ଷା । ଯେଉଁ ପରୀକ୍ଷାର୍ଥୀମାନେ ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି କରିଛନ୍ତି, ସେମାନେ ଏବେ ଦ୍ଵନ୍ଦରେ ପଡିଛନ୍ତି । ଏହାସହିତ OSSSC ଓ OPSC ମଧ୍ୟରେ ଥିବା ସମନ୍ୱୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୋଟିଏ ତାରିଖରେ ଯଦି ଦୁଇଟି ଯାକ ପରୀକ୍ଷା ହୁଏ, ତାହେଲେ ବହୁ ଆଶାୟୀ ପ୍ରାର୍ଥୀ ଗୋଟିଏ ପରୀକ୍ଷାରୁ ବଞ୍ଚିତ ହେବେ । କେବଳ ସେତିକି ନୁହେଁ, ଅନେକ ଆଶାୟୀଙ୍କ ନିର୍ଦ୍ଧାରିତ ବୟସ ସୀମା ବି ଏଥର ପୂରି ଯାଉଥିବାରୁ ସେମାନଙ୍କ ଚିନ୍ତା ବଢିଛି ।