ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

0

ଦିଲ୍ଲୀ: ପରିବେଶ ପ୍ରଦୂଷଣକୁ ଆଖିରେ ରଖି ପେଟ୍ରୋଲ୍ ବାଇକ୍ ଉପରେ ରୋକ୍ ଲଗାଇବା ନେଇ ସୂଚନା ରହିଛି । ୨୦୨୮ ସୁଦ୍ଧା ଦୁଇଚକିଆ ପେଟ୍ରୋଲ୍ ଯାନ ପଞ୍ଜୀକରଣକୁ ମଞ୍ଜୁରୀ ମିଳିବ ନାହିଁ ବୋଲ ପ୍ରସ୍ତାବ ରହିଛି । ପେଟ୍ରୋଲ୍ ଓ ସିଏନଜି ଇନ୍ଧନ ଚାଳିତ ଦୁଇଚକିଆ ଯାନ ଉପରେ ରୋକ୍ ଲାଗିବା ନେଇ ସୂଚନା ରହିଛି । ଏହି ନୀତି ବିଚରାଧୀନ ରହିଥିବାବେଳେ ଦିଲ୍ଲୀ କ୍ୟାବିନେଟ୍‌ରେ ଏନେଇ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ରହିଛି ।

ଦିଲ୍ଲୀ ସରକାରଙ୍କ ଇଭି ଡ୍ରାପ୍ଟ ନୀତି ଆସିଛି । ତେବେ ଇଲେକ୍ଟ୍ରି ଯାନକୁ କ୍ରୟ ପାଇଁ ପ୍ରୋତ୍ସାହନ ମିଳିବ । ନୂତନ ଇଭି ନୀତି ଅନୁଯାୟୀ ୩୦ ହଜାର ପର୍ଯ୍ୟନ୍ତ ସବ୍‌ସିଡ଼ି ମିଳିବ, ଟିକସ ଛାଡ଼, ପଞ୍ଜିକରଣ ଫି’ ଛାଡ଼ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.