ଗଡକରୀଙ୍କୁ ଖୋଲା ଅଫର୍ ଦେଲେ ଉଦ୍ଧବ

0

ତୁମେ ବିଜେପି ଛାଡ଼ି ଆମ ସହ ସାମିଲ ହୋଇ ଯାଅ। ତୁମ୍‌ ଜିତିବା ସୁନିଶ୍ଚିତ କରିବୁ । ତୁମକୁ ମନ୍ତ୍ରୀ ପଦ ବି ଦେବୁ ।” ବିଜେପିର ବରିଷ୍ଠ ନେତା ନୀତୀନ ଗଡ଼କାରୀଙ୍କୁ ଖୋଲା ମଞ୍ଚରେ ଏପରି ଅଫର ଦେଇଛନ୍ତି ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ।

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରହିଛି। ହେଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ନାଁ ତାଲିକାରେ ନାହିଁ।

ଗତକାଲି ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ଅବସରରେ ଉଦ୍ଧବ ଠାକରେ କହିଛନ୍ତି, ବହୁ ଭ୍ରଷ୍ଟାଚାରୀ ନେତାଙ୍କ ନାମ ବିଜେପି ନିଜ ପ୍ରଥମ ପର୍ଯ୍ୟାୟ ତାଲିକାରେ ଘୋଷଣା କରିଛି। ହେଲେ ଗଡ଼କାରୀଙ୍କ ନାଁ ଗାଏବ ହୋଇ ଯାଇଛି।

ତେଣୁ ସେ ଗଡକାରୀଙ୍କୁ ନିଜ ଦଳରେ ସାମିଲ ହେବାର ଅଫର ଦେଇଛନ୍ତି। ଏଥିସହ ସେ କହିଛନ୍ତି, ବିଜେପିର ଏପରି କାର୍ଯ୍ୟ ଦ୍ୱାରା ଯଦି ଗଡକାରୀ ଅପମାନିତ ମନେ କରୁଛନ୍ତି, ତେବେ ବିଜେପି ଛାଡ଼ି ଶିବସେନା (ୟୁବିଟି)ରେ ସାମିଲ ହୋଇ ଯାଆନ୍ତୁ। ଆମେ ତାଙ୍କ ଜିତିବା ଗ୍ୟାରେଣ୍ଟି ଦେବୁ ଓ ମନ୍ତ୍ରୀ ପଦରେ ବି ବସାଇବୁ ।

Leave A Reply

Your email address will not be published.