ବିଜେପି ସହ ବିଶ୍ୱାସଘାତକତା କରିଛନ୍ତି ଉଦ୍ଧବ ଠାକରେ: ଅମିତ ଶାହା

0

ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ରରେ ଉଦ୍ଧବଙ୍କୁ ଟାର୍ଗେଟ କଲେ ଅମିତ ଶାହା । ମହାରାଷ୍ଟ୍ର ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଆଜି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜେପି ସହ ବିଶ୍ୱାସ ଘାତକତା କରିଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ । ତାଙ୍କୁ ଉଚିତ ଶିକ୍ଷା ମିଳିବା ଦରକାର । ରାଜନୀତିରେ ସବୁ ସହ୍ୟ କରାଯାଇପାରିବ ହେଲେ ବିଶ୍ୱାସଘାତକତା ନୁହେଁ । ମହାରାଷ୍ଟ୍ର ଗସ୍ତରେ ଆସି ଉଦ୍ଧବ ଠାକରେଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ଅମିତ ଶାହା । ଏହାସହ ତାଙ୍କ ଦଳର ବିଭାଜନ ଓ ମହାରାଷ୍ଟ୍ରର ପରିସ୍ଥିତି ପାଇଁ ସେହିଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।

କେବଳ ବିଜେପି ସହ ନୁହେଁ ନିଜ ଆଦର୍ଶ ସହ ମଧ୍ୟ ଉଦ୍ଧବ ବିଶ୍ୱାସ ଘାତକତା କରିଛନ୍ତି । ମହାରାଷ୍ଟ୍ର ଲୋକଙ୍କୁ ମଧ୍ୟ ସେ ଅପମାନ କରିଛନ୍ତି । କ୍ଷମତାର ଲୋଭ ଯୋଗୁଁ ତାଙ୍କ ଦଳ ଆଜି ଭାଙ୍ଗି ଯାଇଛି । ଯେଉଁମାନେ ରାଜନୀତିରେ ପ୍ରତାରଣା କରନ୍ତି ତାଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି ଅମିତ ଶାହା। ସେ ଆହୁରି ମଧ୍ୟ କହିଥିଲେ କି ଆମେ କେବେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର କରିନାହୁଁ । ଆମେ ସବୁବେଳେ ଖୋଲା ରାଜନୀତି କରିବାକୁ ପସନ୍ଦ କରୁ ବନ୍ଦ କୋଠରୀ ରାଜନୀତି ଆମକୁ ପସନ୍ଦ ନୁହେଁ ।

Leave A Reply

Your email address will not be published.