ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ
ମୁମ୍ବାଇ(ଆମ ଟିଭି): ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ଗୁରୁବାର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଠାକରେ । ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ଘମାସନ ଶେଷରେ ଉଦ୍ଧବଙ୍କ ଚୌକି ଛଡାଇନେଇଛି । ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରଠାରୁ ମହାରାଷ୍ଟ୍ରରେ ମହାମେଣ୍ଟ ସରକାର ମୁଣ୍ଡରେ ଖଣ୍ଡା ଝୁଲୁଥିଲା । ଶେଷରେ ଉଦ୍ଧବ ଠାକରେ ସରକାରର ପତ୍ତନ ଘଟିଛି ।