ଶରତଙ୍କୁ ଚେତାବନୀ ଦେଲେ ଉଦ୍ଧବ କହିଲେ ଠିକ୍ କରୁନ

0

ମୁମ୍ବାଇ : ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ଟକ୍କର ଦେବାକୁ ଗଠିତ ହୋଇଛି ବିରୋଧୀ ଦଳଙ୍କ ଇଣ୍ଡିଆ ମେଣ୍ଟ ଗଠିତ ହୋଇଛି । ଏହି ମେଣ୍ଟର ୩ୟ ବୈଠକ ଚଳିତ ମାସ ଶେଷ ଆଡ଼କୁ ମୁମ୍ବାଇରେ ହେବ । ତେବେ ଏହି ବୈଠକ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ହୋଇଥିବା ଗୋପନ ସାକ୍ଷାତ ମେଣ୍ଟର ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷକୁ ବଢାଇଦେଇଛି ।

ମହାରାଷ୍ଟ୍ରର ଏହି ବିରୋଧୀ ମେଣ୍ଟର ପ୍ରମୁଖ ସଦସ୍ୟ ଶିବସେନା (ଉଦ୍ଧବ ଗୋଷ୍ଠୀ) ଶରଦ-ଅଜିତ ସାକ୍ଷାତକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା (ୟୁବିଟି) ସୋମବାର କହିଛି ଯେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ବାରମ୍ବାର ବୈଠକ ଏନସିପି ମୁଖ୍ୟଙ୍କ ଭାବମୂର୍ତ୍ତିକୁ ଖରାପ କରୁଛି।

ଶିବସେନା ମୁଖପାତ୍ର ସାମନାରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ଅଜିତ ପାଓ୍ବାର ବାରମ୍ବାର ନିଜ ଦାଦା ଶରଦଙ୍କୁ ଭେଟୁଛନ୍ତି । ଯାହା ଲାଗୁଛି ବିଜେପିର (ଚାଣକ୍ୟ) ଜାଣିଶୁଣି ଏପରି କରିବାକୁ ଅଜିତଙ୍କୁ ପଠାଉଛନ୍ତି, ଯେପରିକି ଏକ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି ହେବ । ତେବେ ଏପରି କରିବା ଦ୍ବାରା ଶରଦ ପାଓ୍ବାରଙ୍କ ଭାବମୂର୍ତ୍ତୀ ଖରାପ ହେବ ଓ ଏହା ଠିକ ହେଉନି । ସେହିପରି ଶିବସେନା ନେତା ସଂଜୟ ରାଉତ ବି ଏହି ପ୍ରସଙ୍ଗରେ ଶରଦଙ୍କୁ ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.