ମୁମ୍ବାଇ (ଆମ ଟିଭି): ଶିବସେନାର ଦଳୀୟ ଚିହ୍ନ ଏକନାଥ ସିନେ୍ଧ ଗୋଷ୍ଠୀଙ୍କୁ ମିଳିବା ପରେ ଏହାକୁ ନେଇ ସୁପ୍ରିମକୋର୍ଟ ଯାଇଛନ୍ତି ଉଦ୍ଧବ ଠାକରେ । ମାମଲାର ଶିଘ୍ର ଶୁଣାଣି ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ଦାବି କରିଥିବା ବେଳେ ଏହାକୁ ନାକଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ ସମୟ ତାରିଖ ଧାର୍ୟ୍ୟ କରାଯିବ ।
ନିର୍ବାଚନ କମିଶନ ମୋଦୀଙ୍କ ସରକାରଙ୍କ ହାତବାରିଶି ସାଜିଥିବା ଅଭିଯୋଗ ଆଣିବା ସହ ଶିବସେନାର ଅସଲି ହକଦାର ବୋଲି ଦାବି କରିଛନ୍ତି ଉଦ୍ଧବ ଠାକରେ । ଶିବସେନାର ନାମ ଏବଂ ଚିହ୍ନ ପାଇଁ ୨ ହଜାର କୋଟିର ଡିଲ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ । ବହୁ ବିବାଦ ପରେ କିଛି ଦିନ ପୂର୍ବରୁ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ, ତୀରକୁ ମୁଖ୍ୟମନ୍ତ୍ରୀ ତଥା ବିଦ୍ରୋହୀ ଗୋଷ୍ଠୀ ଏକନାଥ ସିନ୍ଦେଙ୍କୁ ପ୍ରଦାନ କରିଥିଲେ । ଏପଟେ ମହାରାଷ୍ଟ୍ର ସରକାରଙ୍କ ପକ୍ଷ ବିନା କୌଣସି ଶୁଣାଣି ନକରିବାକୁ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି ମହାରାଷ୍ଟ ସରକାର ।