ଉଦ୍ଭବ ଚାରିଟେବଲ ଟ୍ରଷ୍ଟ , ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି ଏବଂ କର୍ତ୍ତବ୍ୟ କ୍ଲବ ର ମିଳିତ ସହଯୋଗ ରେ ଉଦ୍ଭବ ଶିକ୍ଷା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଭୁବନେଶ୍ଵର (ଆମ ଟିଭି); ଉଦ୍ଭବ ଚାରିଟେବଲ ଟ୍ରଷ୍ଟ , ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି ଏବଂ କର୍ତ୍ତବ୍ୟ କ୍ଲବ ର ମିଳିତ ସହଯୋଗ ରେ ଉଦ୍ଭବ ଶିକ୍ଷା ସମ୍ମାନ କାର୍ଯ୍ୟକ୍ରମ ପଟିଆ ଠାରେ ଟ୍ରାଇଡେଣ୍ଟ କଲେଜ ର ସଭା କକ୍ଷ ରେ ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସୁନାମାଧନ୍ୟ ବୈଜ୍ଞାନିକ ଶ୍ରୀଯୁକ୍ତ ଶୁଭେନ୍ଧୁ ପଟ୍ଟନାୟକ, ଓଲ୍ୟମ୍ପିୟାନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ଶିକ୍ଷାବିତ ଅଜୟ ପଟ୍ଟନାୟକ ଏବଂ ସିଦ୍ଧାର୍ଥ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଚଳିତ ବର୍ଷ ମାଟ୍ରିକ ଏବଂ +2 ପରୀକ୍ଷା ରେ ଉତୀର୍ଣ୍ଣ ହୋଇଥିବା ୧୩ ଜଣା ଅସହାୟ ମେଧାବୀ ଛାତ୍ର ଓ ଛାତ୍ରୀ ଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ର ପ୍ରତିଷ୍ଠାତା ଜୟ ସୁରଜ ସ୍ୱାଗତ ଭାଷଣ ରଖିଥିବା ବେଳେ ଶୁଭଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.