ଭୁବନେଶ୍ବର : କଂଗ୍ରେସ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଓଡ଼ିଶା ଆସୁଛନ୍ତି। ଏହି ସମୟରେ ସେ ପିସିସି ସଭ୍ୟମାନଙ୍କୁ ଭେଟିବା ସହିତ ତାଙ୍କୁ ଭୋଟ ଦେବା ଲାଗି ଅନୁରୋଧ କରିବେ। ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସଂଧ୍ୟାରେ ପୁଣି ଦିଲ୍ଲୀ ଫେରିଯିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।
ଉଲ୍ଲେଖ ଯେ ଜାତୀୟ କଂଗ୍ରେସର ସଭାପତି ପ୍ରାର୍ଥୀଭାବେ ଶ୍ରୀ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଆସନ୍ତା ୧୭ତାରିଖରେ ଏଥିପାଇଁ ଭୋଟଗ୍ରହଣ ହେବ। ଓଡ଼ିଶାରେ ସମୁଦାୟ ୪୨୮ଜଣ ପିସିସି ସଭ୍ୟ ଏଥିରେ ମତଦାନ କରିବେ। ପୂର୍ବରୁ ଅଧିକାଂଶ କଂଗ୍ରେସ ନେତା ଶ୍ରୀ ଖଡ଼ଗେଙ୍କ ସପକ୍ଷରେ ନିଜର ମତ ରଖି ସାରିଛନ୍ତି। ଜଣେ ଅଭିଜ୍ଞ ଓ ନିର୍ବିବାଦୀୟ ବ୍ୟକ୍ତି କାରଣରୁ ଓଡ଼ିଶାରୁ ତାଙ୍କୁ ଅଧିକ ଭୋଟ ମିଳିବାର ବୋଲି ଅନୁମାନ କରାଯାଉଛି।