‘ଉଡ୍ର’ର ପ୍ଲାଂଟ୍ ଏ ଟ୍ରି ଚ୍ୟାଲେଞ୍ଜ୍ର ଶୁଭାରମ୍ଭ
ଭୁବନେଶ୍ୱର(ଆମ ଟିଭି): ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ଓଡିଶାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଟେ । ପ୍ରତିବର୍ଷ ଭଳି ଏଥର ମଧ୍ୟ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଉଡ୍ର ତରଫରୁ ପ୍ଲାଂଟ୍ ଏ ଟ୍ରି ଚ୍ୟାଲେଞ୍ଜ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି – ଜଣେ ଗଛ ଲଗାଇବା ସହିତ ତାଙ୍କର ଅତି ନିଜର ବନ୍ଧୁଙ୍କୁ ଗଛ ଲଗାଇବା ପାଇଁ ଚ୍ୟାଲେଞ୍ଜ ଦେଇପାରିବ । ଏହା ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଏକ ନିଆରା ପ୍ରୟାସ । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ କ୍ଷେତ୍ରରେ ପ୍ରଶଂସା କରାଯାଇଅଛି । ବିଗତ ଦିନମାନଙ୍କରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୦ ହଜାରରୁ ଉର୍ଦ୍ଧ୍ୱ ଗଛ ଲଗାଯାଇସାରିଛି ।
ଚଳିତବର୍ଷ ଉଡ୍ର ପ୍ଲାଂଟ୍ ଏ ଟ୍ରି ଚ୍ୟାଲେଞ୍ଜକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଏକ ଗଛ ମଧ୍ୟ ଲଗାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପ୍ରତ୍ୟେକ ବର୍ଷ ସମସ୍ତେ ଗଛ ଲଗାଇବା ପାଇଁ ଆହ୍ୱାନ କରିଛନ୍ତି ଏବଂ ସେମାନଙ୍କ ବନ୍ଧୁମାନଙ୍କୁ ଗଛ ଲଗାଇବା ପାଇଁ ଚ୍ୟାଲେଞ୍ଜ ଦେଇପାରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ଦେବୀପ୍ରସାଦ ମଙ୍ଗରାଜ, ଅନ୍ସ ଦାସନାୟକ ସହଯୋଗ କରିଥିଲେ ।