ଭାରତର ଓମିକ୍ରନ୍ ଭ୍ୟାକ୍ସିନକୁ ଅନୁମତି ଦେଲା ବ୍ରିଟେନ୍

0

ଲଣ୍ଡନ(ଆମ ଟିଭି): ବିଦେଶରେ ଚମକିଲା ଭାରତର ଭାକ୍ସିନ। କରୋନା ର ନୂଆ ଭ୍ୟାରିଏଣ୍ଟ ବିରୋଧରେ ପ୍ରଥମ ଟିକାକୁ ଅନୁମତି ଦେଲା ଗ୍ରେଟ ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଓମିକ୍ରନ ସଂକ୍ରମଣ ରୋକିବାକୁ ମଡର୍ଣ୍ଣା କମ୍ପାନୀ ତିଆରି କରିଥିବା ‘ଭିଭାଲେଣ୍ଟ ଭ୍ୟାକ୍ସିନ’କୁ ପ୍ରୟୋଗ ପାଇଁ ଅନୁମତି ଦେଇଛି। ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଭାବେ ଏହି ଟିକା ଦିଆଯିବ ବୋଲି ୟୁକେ ମେଡିସିନ ରେଗୁଲେଟୋରୀ ଅନୁମତି ଦେଇଥିବା ସୂଚନା ମିଳିଛି।

ଭିଭାଲେଣ୍ଟ ଭ୍ୟାକ୍ସିନର ଗବେଷଣାତ୍ମକ ପରୀକ୍ଷଣ ରିପୋର୍ଟ ଦେଖିବା ପରେ MHRA ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି। ଏହି ଭ୍ୟାକ୍ସିନ ଉଭୟ ବିଏ.୧ ଓ ଓମିକ୍ରନ ଓ ୨୦୨୦ରେ ବାହାରିଥିବା ମୂଳ ଭାଇରସ ବିରୋଧରେ ଯଥେଷ୍ଟ ରୋଗପ୍ରତିରୋଧକ ଶକ୍ତି ବଢ଼ାଉଛି ବୋଲି ଗବେଷଣାରୁ ଜଣାପଡ଼ିଛି। କେବେଳ ଏତିକି ନୁହେଁ ଓମିକ୍ରନର ସବ ଭ୍ୟାରିଏଣ୍ଟ ବିଏ.୪ ଏବଂ ବିଏ.୫ ବିରୋଧରେ ମଧ୍ୟ ଏହି ଟିକା ଭଲ ପ୍ରଦର୍ଶନ କରିଛି।

Leave A Reply

Your email address will not be published.