ୟୁକ୍ରେନ୍ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ଋଷ

0

ନୂଆଦିଲ୍ଲୀ (ଆମ ଟିଭି): ଗତ ଦେଢ ବର୍ଷରୁ ଅଧିକ ହେବ ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏବେ ବି ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ଏବେବି ଜାରି ରହିଛି। ଏହାରି ମଧ୍ୟରେ ଓଡେସାର କଳା ସାଗର ଅଞ୍ଚଳରେ ଡ୍ରୋନ୍‌ ଆକ୍ରମଣ କରିଛି ରୁଷ। ଏହି ବିସ୍ଫୋରଣରେ ଏକ ଗୋଦାମ ଏବଂ ଏକ ବନ୍ଦର କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ଅନେକ ଟ୍ରକ୍‌ ଜଳିପୋଡ଼ି ନଷ୍ଟ ହୋଇଛି ଏଥିରେ ଦୁଇ ଡ୍ରାଇଭର ଆହତ ହୋଇଛନ୍ତି । ଏହା ପରେ ରୋମାନିଆ ଏବଂ ୟୁକ୍ରେନ ମଧ୍ୟରେ ନୌକା ସେବା ରଦ୍ଦ ହୋଇଛି । ଏନେଇ ମଙ୍ଗଳବାର ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଏହି ଆକ୍ରମଣକୁ ନେଇ ରୋମାନିଆ ବର୍ଡର ପୋଲିସ୍‌ କହିଛି ଯେ, ୟୁକ୍ରେନ୍‌ ଉପରେ ଆକ୍ରମଣ କାରଣରୁ ନୌକା ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଇସାକ୍କେୟାରେ ଡେନ୍ୟୁବର ରୋମାନିୟା କୂଳରେ ନୌକା ସବୁ ଛିଡ଼ା ହୋଇଛନ୍ତି। ୟୁକ୍ରେନ୍‌ର ବାୟୁ‌ ସେନା କହିଛି ଯେ ସେ ରାତିରେ ରୁଷ ଦ୍ବାରା ପଠାଯାଇଥିବା ୩୮ରୁ ୨୬ ଡ୍ରୋନ୍‌କୁ ମାରି ଖସାଇଛି।

 

Leave A Reply

Your email address will not be published.