ଋଷ ଉପରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

0

କିଭ୍ (ଆମ ଟିଭି): ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ସହିତ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍ ଏବଂ ରକେଟରେ ଆକ୍ରମଣ କରୁଛନ୍ତି। କିନ୍ତୁ ଏବେ ୟୁକ୍ରେନର ‘ଡ୍ରାଗନ’ ଋଷର ନିଦ ହଜାଇ ଦେଇଛି।

ଋଷର ଦଖଲରେ ଥିବା ଅଞ୍ଚଳ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି ୟୁକ୍ରେନ୍। ଯାହା ନିଆଁ ବର୍ଷା କରୁଥିବା ଜଣାପଡିଛି। ଏହାର ନାମ ‘ଡ୍ରାଗନ୍ ଡ୍ରୋନ୍’ ରଖାଯାଇଛି। ଯାହା ଜଙ୍ଗଲର ଗଛ ଗୁଡିକୁ ଆଖି ପିଛୁଳାକେ ପୋଡି ପାଉଁଶ କରିଦେଉଛି। ଏହି ପ୍ରକାର ଲାର୍ଭା ପ୍ରଥମେ ଜର୍ମାନୀ ଦ୍ବାରା ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ହୋଇଥିଲା।

ଏହି ମୋଲଟେନ ମେଟାଲ ଅତି କ୍ଷୀପ୍ର ଗତିରେ ଗଛ, ଲୁହା ଓ ଧାତୁକୁ ପାଉଁସ କରି ଦେଇଥାଏ। ରୁଷ ସେନାର ଏକାଧିକ ଗାଡ଼ି, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଡ୍ରାଗନ ଡ୍ରୋନରେ ନଷ୍ଟ ହୋଇଯାଇଛି।

Leave A Reply

Your email address will not be published.