ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୨୨ଟି ସହର

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟବ୍ୟାପୀ ତାତି ଜାରି ରହିଛି । ସକାଳ ୮ଟା ପରଠାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟବାସୀ ଖରାଯୋଗୁଁ ତ୍ରାହିତ୍ରାହି ଡାକିଛନ୍ତି। ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ଅନୁଭୂତ ହୋଇଛି। ୪୩.୩ ଡିଗ୍ରି ସହ ବଲାଙ୍ଗୀର ସର୍ବାଧିକ ଉତ୍ତପ୍ତ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ଆଜି ତାପମାତା ୪୨.୯ ଡିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ଏହା ୪୨.୮, ସୋନପୁର ଏବଂ ଭୁବନେଶ୍ବରରେ ୪୨.୬, ବରଗଡ଼ରେ ୪୨.୪, ହୀରାକୁଦରେ ୪୨.୧, ବାରିପଦାରେ ୪୨, ସୁନ୍ଦରଗଡ଼ ଏବଂ ତାଳଚେରରେ ୪୧.୮, ଅନୁଗୁଳରେ ୪୧.୭, ରାଉରକେଲାରେ ୪୧.୬, ଖୋର୍ଦ୍ଧାରେ ୪୧.୫, ଢେଙ୍କାନାଳରେ ୪୧.୪, ବୌଦ୍ଧ ଏବଂ କଟକରେ ୪୧, ଚାନ୍ଦବାଲିରେ ୪୦.୭, କେନ୍ଦ୍ରାପଡ଼ାରେ ୪୦.୬, ଯାଜପୁରରେ ୪୦.୫, ଜଗତସିଂହପୁରରେ ୪୦.୪, ଟିଟିଲାଗଡ଼ ଏବଂ ନୂଆପଡ଼ରେ ପାରା ୪୦ ଡିଗ୍ରି ଛୁଇଁଛି। ଆହୁରି ଏମିତି କିଛି ଦିନ ପାଗ ରହିବ ପୋଲି ଅନୁମାନ କରାଯାଉଛି ।

 

Leave A Reply

Your email address will not be published.