ଭୁବନେଶ୍ୱର(ଆମ ଟିଭି): ଖାରଜ ହୋଇଗଲା ଅନାସ୍ଥା ପ୍ରସ୍ତାବ । ଫଳରେ ଗାଦି ବଜାୟ ରଖିଲେ ଅଧ୍ୟକ୍ଷା । ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା । ୧୧ ସଦସ୍ୟ ବିଶିଷ୍ଟ ଏନ୍ଏସିରେ ଆଜି ଭୋଟ ଦେଇଥିଲେ ୮ ଜଣ । ସପକ୍ଷରେ ଭୋଟ ଦେଲେ ୭ ସଦସ୍ୟ, ଗୋଟିଏ ଭୋଟ୍ ନାକଚ । କିନ୍ତୁ ଭୋଟ୍ ଦେଲେନି ୩ କାଉନସିଲର୍ । ବିଜେଡିର ଜଣେ, ବିଜେପିର ଜଣେ ଓ ଜଣେ ସ୍ୱାଧୀନ ଭୋଟ୍ ଦେଇନଥିବା ସୂଚନା ।
ଭୋଟ ଗ୍ରହଣ ସରିଥିବା ପରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି । ସସ୍ମିତା ସାହୁଙ୍କ ବିରୋଧରେ ଦୁଇ ତୃତୀୟାଂଶ ଭୋଟ ଆସି ନଥିବାରୁ ଖାରଜ ହୋଇଥିବା ସୂଚନା । ଏଥିସହ ନିଜର ପଦ ବଜାୟ ରଖିଲେ ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁ ।