ଆସନ୍ତା ୧୦ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

0

ଭୁବନେଶ୍ଵର(ଆମ ଟିଭି): ଆସନ୍ତା ୧୦ ତାରିଖ ଦିନ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଗସ୍ତରେ ଆସୁଛନ୍ତି। ସେହିଦିନ ଶ୍ରୀ ଶାହା ଭୁବନେଶ୍ଵରରେ ପହଞ୍ଚି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗସ୍ତ କରିବେ। ସେଠାରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଫରେନ୍‌ସିକ୍‌ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ।

ସେଠାର କାର୍ଯ୍ୟକ୍ରମ ଶେଷ ହେବା ପରେ କେଦ୍ର ମନ୍ତ୍ରୀ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ମେ ୧୧ ତାରିଖରେ ସେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.