ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏଥର ତାଙ୍କ ବକ୍ତବ୍ୟକୁ ନେଇ ଜୋରରେ ଚର୍ଚ୍ଚା । ସେ କହିଛନ୍ତି । କଂଗ୍ରେସରେ ସାମିଲ ହେବା ଅପେକ୍ଷା କୂଅକୁ ଡେଇଁପଡିବି । ଶୁକ୍ରବାର ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ ସରକାରଙ୍କ ୯ ବର୍ଷର ସଫଳତାର କାହାଣୀ କହିବା ସହ ବିଭିନ୍ନ ଯୋଜନାର ଗୋଟି ଗୋଟି ହିସାବ ଦେଇଥିଲେ । ଏହିକ୍ରମରେ ନିଜ ରାଜନୀତି କ୍ୟାରିୟର ବାବଦରେ ମଧ୍ୟ ମୁହଁ ଖୋଲିଥିଲେ । ବିଜେପିରେ ସାମିଲ ହେବା ଠାରୁ ଆରମ୍ଭ କରି ନିର୍ବାଚନ ଲଢି ମନ୍ତ୍ରୀ ହେବା ପର୍ୟ୍ୟନ୍ତ, ପ୍ରତିଟି ରାଜନୈତିକ ବାବଦରେ କହୁ କହୁ ଦିବଙ୍ଗତ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକରଙ୍କ ଅଫର କଥା ମଧ୍ୟ ମନେ ପକାଇଥିଲେ ।

ଗଡକରୀ କହିଛନ୍ତି, ପୂର୍ବରୁ ଥରେ ମୋତେ ଜିଚକର କହିଥିଲେ, ଆପଣ ଦଳର ଭଲ କାର୍ୟ୍ୟକର୍ତ୍ତା ଏବେ ନେତା ମଧ୍ୟ । ଯଦି ଆପଣ କଂଗ୍ରେସରେ ସାମିଲ ହୁଅନ୍ତି ତେବେ ଆପଣଙ୍କର ଭବିଷ୍ୟତ ପୂରା ଉଜ୍ଜ୍ୱଳ ହେବ । ସେତେବେଳେ ଜିଚକରଙ୍କ ଏହି ଅଫରର ଉତ୍ତର ରଖି ଗଡକରୀ କହିଥିଲେ, ମୁଁ କଂଗ୍ରେସରେ ସାମିଲ ହେବା ଅପେକ୍ଷା କୂଅକୁ ଡେଇଁପଡିବି । ବିଜେପି ଓ ଏହାର ବିଚାରଧାରା ଉପରେ ପୂରା ଭରସା ଅଛି ଏବଂ ବିଜେପି ପାଇଁ କାମ କରି ଚାଲିବି ।

 

Leave A Reply

Your email address will not be published.