ସଂସଦୀୟ ବୋର୍ଡରୁ ବାଦ୍ ପଡିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି

0

ନୂଆଦିଲ୍ଲୀ(ଆମ ଟିଭି): ବିଜେପି ସଂସଦୀୟ ବୋର୍ଡରୁ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହଟାଯିବା ପରେ ଅନେକ ରାଜନୈତିକ ଚର୍ଚ୍ଚା ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନୀତୀନ ଗଡ଼କରୀ। ସେ କହିଛନ୍ତି ସରକାର ଠିକ୍‌ ସମୟରେ ନିଷ୍ପତ୍ତି ନେଉନାହାନ୍ତି ଏହା ଏକ ବଡ଼ ସମସ୍ୟା।

ନୀତୀନ କହିଛନ୍ତି, ସମୟ ହେଉଛି ଗୁରୁତ୍ୱପୂର୍ଣ୍ଣ, ସମୟ ହିଁ ଆମର ସମ୍ୱଳ। ହେଲେ ସରକାର ବିକାଶ କାର୍ଯ୍ୟରେ ଠିକ୍‌ ସମୟରେ ନିଷ୍ପତ୍ତି ନେଉନାହାନ୍ତି। ଏହା ହେଉଛି ବଡ଼ ସମସ୍ୟା। ସିଭିଲ୍ ଇଞ୍ଜିନିୟରମାନଙ୍କର ଜାତୀୟ ସମ୍ମିଳନୀରେ ଏପରି କହିଛନ୍ତି ଗଡ଼କରୀ। ସେ କହିଛନ୍ତି, ଭାରତ ନିର୍ମାଣ କ୍ଷେତ୍ରରେ ଭବିଶ୍ୱl ଉଜ୍ଜଳ ରହିଛି। ହେଲେ ଏଥିପାଇଁ ବିଶ୍ୱର ନୂଆ ଟେକନୋଲଜିକୁ ଆପଣାଇବାକୁ ହେବ।

Leave A Reply

Your email address will not be published.