ତୈଳକୁ ନେଇ ଏମିତି କିଛି କହିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ସିଂହ ପୁରୀ ହରଦୀପ

0

ନୂଆଦିଲ୍ଲୀ:ଯୁଦ୍ଧ ପାଇଁ ଅନେକ ସମସ୍ୟା ଦେଖିବା ପାଇଁ ମିଳିଛି କାରଣ ଯେଉଁଠୁ ପେଟ୍ରୋଲ ଓ ଡିଜେଲ ଆସୁଥିଲା । ଯୁଦ୍ଧ ପାଇଁ ବନ୍ଦ ଅଛି । ରୁଷ୍‌-ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ତୈଳ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକ ଉପରୁ ନିର୍ଭରତା ହ୍ରାସ କରି ରୁଷ୍‌ ଠାରୁ ଭାରତ ଅଧିକ ମାତ୍ରାରେ ତୈଳ ଆମଦାନୀ କରୁଛି। ଗତ ୬ ମାସ ମଧ୍ୟରେ ରୁଷ ଠାରୁ ତୈଳ ଆମଦାନୀ ପ୍ରାୟ ୫୦ ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରି କହିଛନ୍ତି।

ଆମେରିକା ଚାପ ପକାଉଥିବା କଥାକୁ ଅସ୍ବୀକାର କରି ସେ କହିଛନ୍ତି; ଯେଉଁଠାରୁ ଶସ୍ତାରେ ତୈଳ ମିଳିବ ଭାରତ ସେହିଠାରୁ କିଣିବ। ଉତ୍ତର ଆମେରିକାରେ ତୈଳ ଦର ୪୩ ରୁ ୪୫ ପ୍ରତିଶତ ବୃଦ୍ଧି ପାଇଲେ ଭାରତରେ ଏହା ୨ ରୁ ୩ ପ୍ରତିଶତ ବୃଦ୍ଧି ପାଇବ। ଭାରତ ଏବେ ସମୁଦାୟ ତୈଳ ଆମଦାନୀର ୧୦ ପ୍ରତିଶତ ରୁଷ ଠାରୁ ମଗାଉଛି। ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତ ରୁଷ ଠାରୁ ମାତ୍ର ୦.୨ ପ୍ରତିଶତ ତେଲ ଆମଦାନୀ କରୁଥିଲା।

Leave A Reply

Your email address will not be published.