ଭୁବନେଶ୍ବର (ଆମ ଟିଭି): ଗାନ୍ଧିଜୀଙ୍କ ୩ଟି ମାଙ୍କଡ଼ ଉପାଖ୍ୟାନ କଥା ଉଠାଇ ବିଜେଡିକୁ ନିଶାନା କଲେ ବିଜେପି ବିଧାୟିକା ଉପାସନା ମହାପାତ୍ର। ଉପାସନା କହିଛନ୍ତି, ଗାନ୍ଧିଜୀଙ୍କ ତିନୋଟି ମାଙ୍କଡ ଥିଲେ। ସେମାନେ ଖରାପ ଦେଖୁ ନଥିଲେ, କହୁ ନଥିଲେ, ଖରାପ ଶୁଣୁ ନଥିଲେ। କିନ୍ତୁ ବିଜେଡ଼ି ରାଜ୍ୟର କିଛି ଭଲ ଦେଖିବ ନାହିଁ। ରାଜ୍ୟ ସରକାରଙ୍କ ବିଷୟରେ କିଛି ଭଲ ଶୁଣିବ ନାହିଁ। କିଛି ଭଲ କହିବ ନାହିଁ, ଏହି ଧାରାରେ ଚାଲିଛି।
କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସରୋଜିନୀ ତରାଇ ଏବଂ ପୂର୍ବତନ ବ୍ଲକ ଚେୟାରମ୍ୟାନ ବିଜୟ ତରାଇଙ୍କ ସମର୍ଥକ ବିଜେପିରେ ସାମିଲ ହେବ ପରେ ବିଜେଡ଼ିକୁ ତେରଛା ବାଣ ମାରିଛନ୍ତି ଉପାସନା। ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି, ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ। ଆଉ ଅଟକିବୁ ନାହିଁ। ଏଇଟା ଥିଲା ଟ୍ରେଲର। ଆଗକୁ ପୂରା ଫିଲ୍ମ ବାକି ଅଛି।
ଉପାସନା କହିଛନ୍ତି, ବିଜେଡିରେ ଜଣଙ୍କ ପରେ ଜଣେ ନେତା/କର୍ମୀଙ୍କୁ ନିଲମ୍ବନ କରାଯାଉଥିବା ବେଳେ ଏନେଇ ସେ ତେରଛା ବାଣ ମାରି କହିଛନ୍ତି, ବିଜେଡିରେ ସସ୍ପେଣ୍ଡ୍, ବହିଷ୍କାର କରି କରି ମୁଖିଆଙ୍କୁୁ ମିଶାଇ ମାତ୍ର ୩ ରହିବେ। ଜଣେ ତାମିଲନାଡୁରୁ ଆସିଛନ୍ତି, ଆଉ ଜଣେ ଉପକୁଳିଆ, ଆଉ ନିଜେ ମୁଖିଆ। ବିଜେପିରେ ଯେମିତି ମିଶ୍ରଣ ଚାଲୁଛି ବିଜେଡିରେ ସେମିତି ନିଲମ୍ବନ ପ୍ରକ୍ରିୟା ଚାଲିଥିବ।