ମୁକ୍ତିଲାଭ ଅପେକ୍ଷାରେ ଓଡିଆ ଚଳଚ୍ଚିତ୍ର “ପ୍ରେମୀ ଆୱାରା”
କରୋନା ମହାମାରୀ ଝଡରେ ଆଉ ଶୁଭୁନି ନିର୍ଦ୍ଦେଶକଙ୍କ ଲାଇଟ୍, କ୍ୟାମେରା ଓ ଆକ୍ସନ୍ ଡାକରା । ହେଲେ କିଛିଦିନର ନୀରବତାକୁ ଭାଙ୍ଗି ଅନନ୍ୟା ଏଣ୍ଟରଟେନମେଣ୍ଟ ନେଇ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର “ପ୍ରେମୀ ଆୱାରା” । ସରିଛି ପୋଷ୍ଟ ପ୍ରଡକ୍ସନ୍ କାମ, କେବଳ ରିଲିଜ୍କୁ ଅପେକ୍ଷା । ଖାସ ଏଥିପାଇଁ ଏଲ୍ଟି ପ୍ରଡକ୍ସନ୍ ସହଯୋଗରେ ପ୍ରସ୍ତୁତ ଏହି ଫିଲ୍ମର ପ୍ରମୋଶନ୍ ସୋସିଆଲ ମିଡିଆରେ ଖୁବ ଜୋର୍ସୋର୍ରେ ଆରମ୍ଭ ହୋଇଛି ।
ପ୍ରଭାତୀ ଆଚାର୍ଯ୍ୟ ପ୍ରଯୋଜିତ ଓ ଲୁବୁନ୍ଟୁବୁନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପ୍ରେମ ଓ କମେଡି ଉପରେ ଆଧାରିତ । ପ୍ରଥମଥର ପାଇଁ ଦର୍ଶକ ଏହି ଫିଲ୍ମରେ ନୂଆ ଯୋଡି ଭାବେ ଓମ୍କାର ଓ ଅଙ୍କିତା ଦାସଙ୍କୁ ଦେଖିବାକୁ ପାଇବେ । ଚର୍ଚ୍ଚିତ ଡୁଓ ଡିେରେକ୍ଟର ଲୁବୁନ୍ଟୁବୁନ୍ଙ୍କର ଏହା ହେଉଛି ୫ମ ନିର୍ଦ୍ଦେଶିଚତ ଚଳଚ୍ଚିତ୍ର । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ସୁପରହିଟ୍ ମ୍ୟୁଜିକ ମେକର ତଥା ମେଲୋଡି କିଙ୍ଗ୍ ଅଭିଜିତ୍ ମଜୁମ୍ଦାର୍ ।
ଅନ୍ୟପଟେ ଫିଲ୍ମର କାହାଣୀ ରଚନା କରିଛନ୍ତି ଦୁର୍ଗା ଆଚାର୍ଯ୍ୟ ଓ ସଂଳାପ ଭାର ସମ୍ଭାଳିଛନ୍ତି ସଂଜୟ ମହାକୁଳ । ଆକର୍ଷଣୀୟ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମରେ ୬ଟି ମନଛୁଆଁ ଗୀତ ସ୍ଥାନ ପାଇଛି । ଏଥିରେ ଥିବା ଗୀତଗୁଡିକୁ ଅନ୍ୟ କହି ନୁହେଁ ବରଂ ଓଡିଶାର ସୁନାମଧନ୍ୟ ଲିରିସିଷ୍ଟ ନିର୍ମଳ ନାଏକ ରଚନା କରିଛନ୍ତି ।
ଲିଡ୍ ପେୟାରକୁ ବାଦ୍ ଦେଲେ ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ସରୋଜ ଦାସ, ରିସ୍ନା, କାଳିଆ ଓ ଟନିଆଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ । କୋଭିଡ୍ କଟକଣା କୋହଳ ହେବା ପରେ ରଥଯାତ୍ରା ଅବସରରେ ସମସ୍ତ ଗାଇଡଲାଇନ୍ ଅନୁଯାୟୀ ଫିଲ୍ମଟି ରିଲିଜ୍ ହେବ ବୋଲି ଜଣାଇଛନ୍ତି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ।